Sunday, September 27, 2026
22.6 C
Odisha

    ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ: ପ୍ରକାଶ ରାଜ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ। ଏଭଳି କହିଲେ ସାଉଥ୍ ଷ୍ଟାର ପ୍ରକାଶ ରାଜ୍। ସବୁବେଳେ ବିଜେପିକୁ ଟାର୍ଗେଟ କରିଆସୁଥିବା ପ୍ରକାଶ ରାଜ୍ ବିଜେପ‌ିରେ ଯୋଗ ଦେବାର ଖବର ଭାଇରାଲ ହେବା ପରେ ଏକ୍ସରେ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ପ୍ରକାଶ। କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ ଲୋକସଭା ନିର୍ବାଚନ ପୂର୍ବରୁ ଅଭିନେତା ପ୍ରକାଶ ରାଜ ବିଜେପିରେ ଯୋଗ ଦେବେଏହା ଦେଖି ଅଭିନେତା ନିଜେ ଏହି ଖବରକୁ ମିଛ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି। ‘ସିଙ୍ଗହମ୍’ ଅଭିନେତା ପ୍ରକାଶ ରାଜ୍ ଏକ୍ସରେ ଲେଖିଛନ୍ତି ଯେ, “ମୋତେ ଲାଗୁଛି ସେମାନେ ଚେଷ୍ଟା କରିଥିବେ। ହେଲେ ପରେ ହୃଦୟଙ୍ଗମ କରିଥିବେ ଆଦର୍ଶଗତଭାବେ ମୋତେ କିଣିପାରିବା ଭଳି ଧନ ତାଙ୍କ ପାଖରେ ନାହିଁ। ନା କ’ଣ କହୁଛନ୍ତି ସାଙ୍ଗମାନେ।” ଏଭଳି ଲେଖି ସେ ହସିବା ଇମୋଜି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ