Wednesday, September 16, 2026
24.4 C
Odisha

    ଗଛରେ ଧକ୍କା ଖାଇଲା ବସ୍‌; ଅନ୍ତଃସତ୍ତ୍ବା ମହିଳାଙ୍କ ସମେତ ୨୬ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ରବିବାର ରାତିରେ ‘ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ’ର ଏକ ଯାତ୍ରୀବାହୀ ବସ୍‌ ରାଜ୍ୟର ହନୁମକୋଣ୍ଡା ଜିଲ୍ଲାରେ ଗୋଟାଏ ଗଛରେ ଧକ୍କା ଖାଇବାରୁ ଜଣେ ଅନ୍ତଃସତ୍ତ୍ବା ମହିଳାଙ୍କ ସମେତ ୨୬ଜଣ ଯାତ୍ରୀ ଆହତ ହୋଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ରାଜ୍ୟ ପରିବହନର ଉକ୍ତ ବସ୍‌ ୱାରାଙ୍ଗଲ୍‌ରୁ କରିମନଗର ଯିବା ବାଟରେ ହନୁମକୋଣ୍ଡା ଜିଲ୍ଲା ଅନ୍ତର୍ଗତ ହସନପାର୍ତି ଥାନା ଅଞ୍ଚଳରେ ଥିବା ଗୋଟାଏ ଗଛରେ ଧକ୍କା ଖାଇଥିଲା। କାଜିପେଟ୍‌ ସହକାରୀ ପୁଲିସ କମିସନର୍‌ ଡେଭିଡ୍‌ ରାଜୁ କହିଛନ୍ତି, ସନ୍ଧ୍ୟା ପ୍ରାୟ ୭.୩୦ରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସମୁଦାୟ ୫୫ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.4 ° C
    24.4 °
    24.4 °
    86 %
    1.4kmh
    19 %
    Tue
    24 °
    Wed
    31 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ