Sunday, October 11, 2026
22.9 C
Odisha

    ସିକ୍କିମ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ପ୍ରେମ ସିଂ ତମାଙ୍ଗ

    ଆଗକୁ ପଢନ୍ତୁ

    ଗ୍ୟାଙ୍ଗଟକ୍ : ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ବିଧାୟକ ଦଳ ନେତା ପ୍ରେମ ସିଂହ ତମାଙ୍ଗ ସୋମବାର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ଯ୍ୟ ତମାଙ୍ଗ ଓ ତାଙ୍କ କ୍ୟାବିନେଟକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତମାଙ୍ଗ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜୁନ୍ ୨ ତାରିଖରେ ଏସକେଏମ୍ ବୈଠକରେ ତମାଙ୍ଗଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଅପରାହ୍ନ ୪ଟାରୁ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏଥିରେ ପାଖାପାଖି ୩୦ ହଜାର ଲୋକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଗ୍ୟାଙ୍ଗଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏସକେଏମ୍ ୩୨ଟି ଆସନରୁ ୩୧ଟି ରେ ବିଜୟୀ ହୋଇଥିବା ବେଳେ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ଗୋଟିଏ ଆସନରେ ବିଜୟୀ ହୋଇଥିଲା।

    ତମାଙ୍ଗଙ୍କ ଶପଥ ଗ୍ରହଣ ଉତ୍ସବକୁ ଦୃଷ୍ଟିରେ ରଖି ଗ୍ୟାଙ୍ଗଟକ ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଥିଲା। ଏହି ଅଞ୍ଚଳରେ ସୁରକ୍ଷା ଏବଂ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ