Wednesday, May 27, 2026
30 C
Odisha

    ଭୁବନେଶ୍ଵର ଉପକଣ୍ଠ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ସେ ବ୍ରହ୍ମକୁମାରୀମାନଙ୍କର ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀର ଏକ ଜାତୀୟ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରକୃତି ମାତା ଆମକୁ ଦେଇଥିବା ପରିପୂର୍ଣ୍ଣ ସମ୍ପଦ ଯଥା- ଜଙ୍ଗଲ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ବର୍ଷା, ବାୟୁ- ଏସବୁ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଜରୁରୀ। କିନ୍ତୁ ମନୁଷ୍ୟ ମନେ ରଖିବା ଉଚିତ ଯେ ପ୍ରକୃତିର ପ୍ରଚୁରତାକୁ ନିଜର ଆବଶ୍ୟକତା ପାଇଁ ଉପଯୋଗ କରିବା ଉଚିତ, ନିଜ ଲୋଭ ପାଇଁ ନୁହେଁ । ମନୁଷ୍ୟ ନିଜ ଭୋଗ ପାଇଁ ପ୍ରକୃତିକୁ ଶୋଷଣ କରୁଛି ଏବଂ ଏପରି କରି ପ୍ରକୃତିର କ୍ରୋଧର ଶିକାର ହେଉଛି । ପ୍ରକୃତି ସହ ସମନ୍ୱୟ ସ୍ଥାପନ ଏବଂ ପ୍ରକୃତି ଅନୁକୂଳ ଜୀବନ ବଞ୍ଚିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଭାରତୀୟ ସଂସ୍କୃତି ସର୍ବଦା ପ୍ରକୃତି ସହ ସୁସଙ୍ଗତ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇ ଆସିଛି । ଆମ ଦର୍ଶନରେ ପୃଥିବୀକୁ ମାଗ୍ଦ ଓ ଆକାଶକୁ ପିତା କୁହାଯାଏ। ନଦୀକୁ ମଧ୍ୟ ମାଗ୍ଦ ଉପାଧି ଦିଆଯାଇଛି। ଜଳକୁ ଜୀବନ କୁହାଯାଏ । ବର୍ଷାକୁ ଆମେ ଭଗବାନ ଇନ୍ଦ୍ର ଏବଂ ସମୁଦ୍ରକୁ ଭଗବାନ ବରୁଣ ଭାବରେ ପୂଜା କରିଥାଉ ।
    ଆମ କାହାଣୀରେ ପର୍ବତ ଓ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ପ୍ରାଣୀମାନେ ମଧ୍ୟ ପରସ୍ପର ସହ କଥା ବାର୍ତ୍ତା କରୁଥିବାର କୁହାଯାଇଛି । ଅର୍ଥାତ୍ ପ୍ରକୃତି ନିଷ୍କ୍ରିୟ ନୁହେଁ, ଏହା ଭିତରେ ଚେତନାର ଶକ୍ତି ପୂରି ରହିଛି। ପ୍ରକୃତିର ସୁରକ୍ଷା ପାଇଁ ଏସବୁ ଭାରତୀୟ ଦାର୍ଶନିକମାନଙ୍କର ସୁନ୍ଦର ବିଚାରରେ ପ୍ରକଟ ହୋଇଛି । ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉତ୍ତାପନ ଏବଂ ପାଣିପାଗର ଅନିଶ୍ଚିତତା ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ଏକ ବଡ଼ ଆହ୍ୱାନ ବୋଲି ରାଷ୍ଟ୍ରପତି କହିଛନ୍ତି । ବନ୍ୟା, ଭୂସ୍ଖଳନ, ହିମସ୍ଖଳନ, ଭୂମିକମ୍ପ, ଜଙ୍ଗଲରେ ନିଆଁ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଉ କେବେ କେବେ ହେଉନାହିଁ। ଏବେ ଏଭଳି ଘଟଣା ବାରମ୍ବାର ଘଟୁଛି। ରାଷ୍ଟ୍ରପତି କହିଥିଲେ ଯେ ଆମ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ସମାଜରେ ବଡ଼ ପରିବର୍ତ୍ତନ ପାଇଁ ମାର୍ଗ ପ୍ରଶସ୍ତ କରେ । ପ୍ରାକୃତିକ ସମ୍ପଦର ସର୍ବନିମ୍ନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆମକୁ ଆମ ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡିବ। ଅନେକ ସମୟରେ ଟ୍ୟାପ୍ ଖୋଲା ରହୁଥିବାରୁ ପିଇବା ପାଣି ନଷ୍ଟ ହୋଇଯାଏ। ଦିନରେ ମଧ୍ୟ ଲାଇଟ୍ ଜଳୁଥାଏ। ସେହିଭଳି ଘରେ ହେଉ କି ଅଫିସ୍, ଫ୍ୟାନ୍ କିମ୍ବା ଲାଇଟ୍ ବନ୍ଦ କରିବା ଉପରେ ଆମେ ଧ୍ୟାନ ଦେଉନାହୁଁ।

    ପ୍ଲେଟରେ କିଛି ଖାଦ୍ୟ ଛାଡିବାର ଅଭ୍ୟାସରୁ ଆମେ ନିଜକୁ ମୁକ୍ତ କରିପାରିନାହୁଁ । କେବଳ ପ୍ରକୃତି ଅନୁକୂଳ ଜୀବନଶୈଳୀ ବିଷୟରେ ଆଲୋଚନା କରିବା ଯଥେଷ୍ଟ ନୁହେଁ, ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଏହାକୁ ବଞ୍ଚାଇବାର ଅଭ୍ୟାସ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀଗ୍ଦର ଜାତୀୟ ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ପ୍ରକୃତି ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି ଅଭିଯାନ କେବଳ ବୈଠକ, କମିଟି କିମ୍ବା ସମ୍ମିଳନୀରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହି ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ, ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ପରିବେଶ ସମ୍ପର୍କରେ ସଚେତନ କରିବାକୁ ସେ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30 ° C
    30 °
    30 °
    49 %
    2.6kmh
    46 %
    Tue
    29 °
    Wed
    45 °
    Thu
    45 °
    Fri
    43 °
    Sat
    43 °

    ସମ୍ବନ୍ଧିତ