Monday, March 30, 2026
27.4 C
Odisha

    ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ବିଜେଡି ପ୍ରାୟୋଜିତ: ପିତାମ୍ବର ଆଚାର୍ଯ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୪/୦୫: ବିଜୁ ଜନତା ଦଳ ହାରିବା ଭୟରେ ରକ୍ତମୁଖା ସାଜି ବିରୋଧୀଙ୍କ ଉପରେ ଆକ୍ରମଣ କରୁଛି । ଗତକାଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ପୂର୍ବ ପ୍ରାୟାଜିତ ଓ ସୁପରିକଳ୍ପିତ । ପୂର୍ବରୁ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଶାସକ ବିଜେଡି ଆକ୍ରମଣ କରିଥିଲା । ଶ୍ରୀ ପାଣିଗ୍ରାହୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ତାଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ବିଭିନ୍ନ ଦପ୍ତରକୁ ପୂର୍ବରୁ ଜଣାଇଥିଲେ । କିନ୍ତୁ ପ୍ରଶାସନୀକ ଅଧିକାରୀରୁ ନୂଆ ନେତା ବୋଲାଉଥିବା ବିଜେଡିର ୨ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ବିଜେଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଚାଲିଛି । ବିଜେଡିର ନିଶ୍ଚିତ ପରାଜୟରେ ବ୍ୟତିବ୍ୟସ୍ତ ହୋଇ ଗତକାଲି ନିର୍ବାଚନ ସରିବା ପରେ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ପୂର୍ବ ଯୋଜନାବଦ୍ଧଭାବେ ଆକ୍ରମଣ କରାଗଲା । ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ତାରିଖରେ ଦ୍ୱିତୀୟ ଦଫା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଆଜି ଶ୍ରୀ ପାଣିଗ୍ରାହୀଙ୍କର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟକ୍ରମ ଥିଲା । ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି ଚକ୍ରାନ୍ତ କରି ଏକ ସ୍ୱାଧିନ ପ୍ରାର୍ଥୀଙ୍କ ଦ୍ୱାରା ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଅତ୍ୟନ୍ତ ବର୍ବରୋଚିତ ଭାବେ ଆକ୍ରମଣ କରି ଜୀବନରୁ ମାରି ଦେବା ପାଇଁ ଯୋଜନା କରିଥିଲା । ଶ୍ରୀ ପାଣିଗ୍ରାହୀଙ୍କର ଛାତିର ପଞ୍ଜରା ହାଡ ଭାଙ୍ଗି ଯାଇଛି, ଫୁସ୍‌ଫୁସ୍‌ରେ ରକ୍ତସ୍ରାବ ହୋଇ ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହାନ୍ତି କି କଥା ମଧ୍ୟ କହିପାରୁ ନାହାନ୍ତି ବୋଲି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

    ଆଜି କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ବିଜେପିର ଏକ ଉଚ୍ଚ ପ୍ରତିନିଧି ଦଳ ଏମ୍ସକୁ ଯାଇ ଆଇସିୟୁରେ ଚିକିତ୍ସିତ ଶ୍ରୀ ପାଣିଗ୍ରାହୀଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଡାକ୍ତର ମାନଙ୍କ ସହିତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
    ଗତକାଲି ୪ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ସରିଛି । ସେଥିରୁ ୩ଟି ଆସନରେ ବିଜେପିର ବିପୁଳ ବିଜୟ ହେବ । ନିର୍ବାଚନ ସରିଥିବା ୨୮ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀମାନେ ୧୮ରୁ ୨୦ଟି ଆସନରେ ବିପୁଳ ଭୋଟରେ ବିଜୟୀ ହେବେ । ଏକଥାକୁ ବିଜେଡି ଜାଣିବା ପରେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ଗତକାଲି ରାତ୍ରିରେ ସୁସଙ୍ଗଠିତ ଭାବେ ଷଡଯନ୍ତ୍ର କରି ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲା, ଯଦ୍ୱାରା ଶ୍ରୀ ପାଣିଗ୍ରାହୀ ଗଞ୍ଜାମରେ ଅନୁଷ୍ଠିତ ହେବାକୁ ଥିବା ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଗଞ୍ଜାମ ଜିଲ୍ଲାର ବାକିଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିପାରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
    ଗୋସାଣି ନୂଆଗାଁ ଥାନାର ଭାରାପ୍ରାପ୍ତ ଅଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିଲା । ସ୍ମୃତିପ୍ରଭା ପ୍ରଧାନ ବିଜେଡି ଦଳର ଏଜେଂଟ ହିସାବରେ କାମ କରୁଛନ୍ତି ଏବଂ ଜିଲ୍ଲାରେ ବିଜେଡି ପକ୍ଷରୁ ଦଳୀୟ ଏଜେଂଟ ସାଜି ଫଣ୍ଡ ଯୋଗାଡ କରୁଛନ୍ତି ଏବଂ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଅନୈତିକଭାବେ ଟଙ୍କା ବାଂଟିବାର ଅଭିଯୋଗ ମଧ୍ୟ ଆସିଛି । ସେହିପରି ବ୍ରହ୍ମପୁର ଟାଉନ ଥାନାର ଏଏସ୍‌ଆଇ ରାଜକିଶୋର ପାତ୍ର ବିଜେଡି ପାଇଁ ମଧ୍ୟ ଟଙ୍କା ସଂଗ୍ରହ କରୁଛନ୍ତି ବୋଲି ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଖବର ଆସୁଛି । ଏ ଦୁଇ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସିଇଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଏହି ଦୁଇ ପୋଲିସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।
    ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    38 %
    2.3kmh
    0 %
    Sun
    28 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ