Thursday, September 17, 2026
24.5 C
Odisha

    ମୁଖ୍ୟମନ୍ତ୍ରୀ ପୋଷା ଶୁଆ ଭଳି ପଞ୍ଜୁରିରେ ରହୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷା ଶୁଆ ଭଳି ଅଛନ୍ତି, ପଞ୍ଜୁରିରେ ରହୁଛନ୍ତି। ସବୁବେଳେ ଭିଡିଓରେ କହୁଛନ୍ତି।ମୁଖ୍ୟମନ୍ତ୍ରୀ ଡିଏମକେର ଭାଷା କହୁଛନ୍ତି। ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି, ଯାହା ଲେଖାଯାଉଛି ତାହା ପଢୁଛନ୍ତି। ଗତକାଲି କାଣ୍ଟାବାଞ୍ଜିରେ ୧୦ଟି ଗାଁ ନାଁ କହି ପାରିବେ କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଖୁବ ବ୍ୟକ୍ତିଗତ ସ୍ତରକୁ ନେଇ ଆଲୋଚନା କରିଥିଲେ। ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା ରହିଛି। ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଗବେଷଣା ବାବଦରେ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅପ୍ରାସାଙ୍ଗିକ କଥା କହୁଛନ୍ତି। ସତ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଧୈର୍ଯ୍ୟ ନାହିଁ। ରାଜ୍ୟରେ ଭାଷା, ସଂସ୍କୃତିକୁ ଅନାଦର କରାଯାଉଛି। ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରଦାନ କରିବାର ସରକାରଙ୍କର କୌଣସି ବ୍ୟବସ୍ଥା ନାହି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ନାହାନ୍ତି। ଓଡ଼ିଶାରେ ୟୁଜିସି ତରଫରୁ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକକୁ ଓଡ଼ିଆରେ ପ୍ରକାଶ କରାଯାଇଛି। ମୋଦୀ ସରକାର ଓଡ଼ିଆମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି। ୪୯ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଛନ୍ତି। କେବଳ ରଙ୍ଗବତୀ ଗୀତ ଲାଗି ତିନିଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୧୭ରେ ବିଜ୍ଞାନ ଭବନରେ ଯେତେବେଳେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରିବାବେଳେ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲି। ସେତେବେଳେ ପାଇକ ବିଦ୍ରୋହର ସ୍ମାରକ ପ୍ରତିଷ୍ଠା କରିବାକୁ ୧୦୦ କୋଟି ବଜେଟ ମଞ୍ଜୁର କରି ରାଜ୍ୟ ସରକାରଙ୍କୁ ମାତ୍ର ୯ ଏକର ଜାଗା ମାଗିଥିଲେ। ଆସି ୨୦୨୪ ହେଲାଣି ହେଲେ ସେ ଜାଗା ଖଣ୍ଡକ କିନ୍ତୁ ସ୍ମାରକ ପ୍ରତିଷ୍ଠା ପାଇଁ ଏଯାଏଁ ଦେଉନାହିଁନ୍ତି।

    ‘ସବୁଠାରୁ ବଡ କଥା ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର କଥା ପଚାରିଲେ ଏହାକୁ ମୁଖ୍ୟମନ୍ତ୍ରୀ ଆଡେଇଦେଉଛନ୍ତି। ନିଜ ଅନୁଚରମାନଙ୍କ ବୁଦ୍ଧିରେ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ତ ଆକ୍ଷେପ କରୁୁଛନ୍ତି ହେଲେ କାଲିର ପ୍ରତିକ୍ରିୟାରେ ତ କାହିଁକି ରତ୍ନଭଣ୍ଡାର କଥା ଉଠାଇଲେନାହିିଁ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ କମିଟି ବନାଇ ଏ ସମସ୍ୟାକୁ ସମାଧାନ କରିବାକୁ କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ଏ କଥାକୁ ଆଡେଇଦେଉଛନ୍ତି। ମୁଁ ଏବେ ପଚାରୁଛି, ରତ୍ନ ଭଣ୍ଡାର ଚାବି କୁଆଡେ ଗଲା, କିଏ ଏହାର ଡୁପ୍ଲିକେଟ ଚାବି ବନେଇଲା। କାହିଁକି ଖୋଲାଯାଉନି ରତ୍ନଭଣ୍ଡାର। ସେ ଡୁପ୍ଲିକେଟ୍ ଚାବି ବି ଗଲା କୁଆଡ଼େ? ରତ୍ନଭଣ୍ଡାର ସମ୍ପତ୍ତି କାହିଁକି ଗଣାଯାଉନି । ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କୁହାଯାଉଥିଲେ ବି କାହିଁକି ଖୋଲୁ ନାହାଁନ୍ତି?

    ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ