ଭୁବନେଶ୍ଵର : ୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ୨୯ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ । ସେହିପରି ଦେଶର ବିଭିନ୍ନ ରାଜ୍ୟରୁ ୯୫ ଜଣ ଡିଜି ଓ ଆଇଜି ପାହ୍ୟାର ଅଧିକାରୀ ସମ୍ମିଳନୀରେ ଯୋଗ ଦେବେ । ସମ୍ମିଳନୀରେ ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଓ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ, କାଉଣ୍ଟର ଟେରୋରିଜିମ ଓ ମାଓ ସମସ୍ୟା ମୁକାବିଲା ପ୍ରସଙ୍ଗରେ ଆଲୋଚନା ହେବ ।
ସେହିପରି ଜେଲ ସଂସ୍କାର ଓ ବିଭିନ୍ନ ରାଜ୍ୟର ସର୍ବୋତ୍କୃଷ୍ଟ ପୋଲିସ ବ୍ୟବସ୍ଥା ଆଦି ପ୍ରମୁଖ ମଧ୍ୟ ସ୍ଥାନ ପାଇବ । ଭୁବନେଶ୍ବର ଡିଜିପି ସମ୍ମିଳନୀରେଯୋଗ ଦେବାକୁ ଆସୁଥିବା ବିଭିନ୍ନ ରାଜ୍ୟର ପୋଲିସ ଡିଜି, କେନ୍ଦ୍ରୀୟ ସୁରକ୍ଷା ବାହିନୀର DG ରାଜ୍ୟ ଅତିଥିଭବନରେ ରହିବେ । ଏଥିପାଇଁ ଅତିଥି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତିଥି ଭବନର ସବୁ ରୁମକୁ ରିଜର୍ଭ ରଖାଯାଇଛି ।