Thursday, December 12, 2024
21.9 C
Odisha

    ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର:  ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଗୃହକାର୍ଯ୍ୟ ଆଜି ସ୍ବାଭାବିକ ହେବ ନା ଗତକାଲି ଭଳି ସରଗରମ ରହିବ । ପ୍ରଥମ ଦିନରେ ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ଘଟଣାରେ ବିଚାର ବିଭାଗୟୀ ତଦନ୍ତ ଦାବି କରିଛନ୍ତି । ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ଆରଡିସିସ୍ତରୀୟ ତଦନ୍ତ ଯଥେଷ୍ଟ ନୁହେଁ । ଅନାହାର ମୃତ୍ୟୁ ପଛର କାରଣ ସରକାର ଖୋଜନ୍ତୁ ବୋଲି କଂଗ୍ରେସ କହିଛି । କଂଗ୍ରେସ ଓ ବିଜେଡିର ହଙ୍ଗାମା ଭିତରେ ଶେଷ ହୋଇଛି ବିଧାନସଭାର ପ୍ରଥମ ଦିନ ।ତେଣୁ ଆଜି ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ କିଭଳି ରହିବ ତାହା ବଡ଼ ପ୍ରଶ୍ନ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, MSME, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତବର୍ଷ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    47 %
    1.8kmh
    87 %
    Thu
    18 °
    Fri
    27 °
    Sat
    26 °
    Sun
    26 °
    Mon
    26 °

    ସମ୍ବନ୍ଧିତ