Wednesday, March 25, 2026
22.8 C
Odisha

    ପୁଟିନଙ୍କ ଚିନ୍ତା ବଢ଼ାଇଲା ଦ୍ବିତୀୟ ‘ୟୁକ୍ରେନ’: ଇୟୁ ମୁହାଁ ଆଉ ଏକ ଦେଶ

    ଆଗକୁ ପଢନ୍ତୁ

    ମସ୍କୋ: ରୁଷିଆର ଆଉ ଜଣେ ପୁରୁଣା ସାଥୀ ୟୁକ୍ରେନର ପଥକୁ ଅନୁସରଣ କରୁଛି। ଏହି ଦେଶ ରୁଷିଆର ପାରମ୍ପରିକ ବିରୋଧୀ ୟୁରୋପିଆନ ୟୁନିଅନ(ଇୟୁ)ରେ ଯୋଗଦେବା ପାଇଁ ଉଦ୍ୟମ କରୁଛି। ଏହି ଦେଶ ହେଉଛି ଆର୍ମେନିଆ। ଇୟୁର ସଦସ୍ୟତା ଗ୍ରହଣ କରିବା ପାଇଁ ଆର୍ମେନିଆ ପ୍ରସ୍ତୁତି ଆରମ୍ଭ କରିଛି। ଆର୍ମେନିଆ ବିଦେଶମନ୍ତ୍ରୀ ଅରାରତ ମି‌ର୍ଜୋୟାନ କହିଛନ୍ତି ଆମ ଦେଶ ଇୟୁର ସଦସ୍ୟତା ନେବା ପାଇଁ ଆବେଦନ କରିବା ଉପରେ ଚିନ୍ତା କରୁଛି। ରୁଷିଆ ସହିତ ଭଲ ସମ୍ପର୍କ ନ ରହିବ‌ା କାରଣରୁ ଆର୍ମେନିଆ ପାଶ୍ଚାତ୍ୟ ଦେଶ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି।
    ମି‌ର୍ଜୋୟାନ ତୁର୍କୀର ଟିଆରଟି ୱାର୍ଲ୍ଡ ଟେଲିଭିଜନ ଷ୍ଟେସନରେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ସମ୍ପ୍ରତି ଆର୍ମେନିଆ ବିଭିନ୍ନ କ୍ଷେତ୍ରରେ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିବା ନେଇ ବିଚାର କରୁଛି। ସେଥିମଧ୍ୟରେ ଇୟୁରେ ଯୋଗଦେବାର ଯୋଜନା ବି ରହିଛି।

    ୟୁକ୍ରେନ ଭଳି ଆର୍ମେନିଆ ମଧ୍ୟ ପାଶ୍ଚାତ୍ୟ ସହ ସମ୍ପର୍କ ବଢ଼ାଇବାକୁ ଚାହୁଁଥିବାରୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଅଜରବୈଜାନ ଠାରୁ ସୁରକ୍ଷା ଦେବାରେ ରୁଷିଆ ବିଫଳ ହୋଇଥିବା ଆର୍ମେନିଆ ଲଗାତାର ଅଭିଯୋଗ କରିଆସୁଛି। ୨୦୨୦ରେ ଅଜରବୈଜାନ ଆର୍ମେନିଆ ଠାରୁ ନାଗୋର୍ନୋ କାରାବାଖ ଅଞ୍ଚଳକୁ ଦଖଲ କରି ନେଇଥିଲା। ଏହା ଏବେ ଅଜରବୈଜାନ ନିୟନ୍ତ୍ରଣରେ ରହିଛି। ଏହାର ବାସିନ୍ଦା ମୂଳତଃ ଆର୍ମେନିଆର ଥିଲେ। କିନ୍ତୁ ଏହା ଉପରେ ଅଜରବୈଜାନ ଅଧିକାର ଥିବା ଦାବି କରୁଛି। ଏହି ପ୍ରସଙ୍ଗରେ ରୁଷିଆଠାରୁ କୌଣସି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇ ନ ଥିବା ଆର୍ମେନିଆ ଅଭିଯୋଗ କରି ଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    79 %
    2.1kmh
    0 %
    Tue
    23 °
    Wed
    38 °
    Thu
    38 °
    Fri
    41 °
    Sat
    39 °

    ସମ୍ବନ୍ଧିତ