Friday, September 27, 2024
24.4 C
Odisha

    ଆଗାମୀ ୫ ଦିନ ରାଜ୍ୟରେ ବର୍ଷା! ପୁରୀରେ କଣ ରହିବ ପାଗ?

    ଆଗକୁ ପଢନ୍ତୁ

    ରଥଯାତ୍ରା ବେଳେ ସାରା ରାଜ୍ୟରେ ବର୍ଷା ସ୍ଥିତି । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ ହୋଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ବିଳମ୍ବରେ ମୌସୁମୀ ସକ୍ରିୟ ହୋଇଥିବାରୁ ଚାଷ କାମରେ ଦେଖାଦେଇଥିବା ସମସ୍ୟା ଚଳିତ ମାସ ବର୍ଷାରେ ଭରଣ ହୋଇପାରେ ।
    ରଥଯାତ୍ରା ବେଳେ ସାରା ରାଜ୍ୟରେ ବର୍ଷା ସ୍ଥିତି । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ ହୋଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ବିଳମ୍ବରେ ମୌସୁମୀ ସକ୍ରିୟ ହୋଇଥିବାରୁ ଚାଷ କାମରେ ଦେଖାଦେଇଥିବା ସମସ୍ୟା ଚଳିତ ମାସ ବର୍ଷାରେ ଭରଣ ହୋଇପାରେ ।ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ଗଜପତି, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିନ୍ତୁ ରଥଯାତ୍ରା ବେଳେ ପୁରୀରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

    ଜୁନ ୧ରୁ ଆଜି ପର୍ୟ୍ୟନ୍ତ ରାଜ୍ୟରେ ୧୯୮.୨ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଯାହା ସ୍ବାଭାବିକ ଠାରୁ ୨୫ ପ୍ରତିଶତ କମ୍ । ଅଧାରୁ ଅଧିକ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି । ମାତ୍ର ୧୨ ଜିଲ୍ଲାକୁ ଛାଡ଼ିଲେ ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି । ତେବେ ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ବିଳମ୍ବରେ ମୌସୁମୀ ସକ୍ରିୟ ହୋଇଥିବାରୁ ଚାଷ କାମରେ ଦେଖାଦେଇଥିବା ସମସ୍ୟା ଏହି ବର୍ଷାରେ ଭରଣ ହୋଇପାରେ ।

    ମୟୂରଭଞ୍ଜ ଓ ବାଲେଶ୍ବରରେ ୬୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ରହିଛି । ତେବେ ଏହି ନିଅଣ୍ଟିଆ ସ୍ଥିତି ଚାଷ ଉପରେ ବିଷେଶ ପ୍ରଭାବ ପକାଇ ନ ପାରେ । କାରଣ ଦୀର୍ଘ ବର୍ଷ ହେବ ରାଜ୍ୟକୁ ମୌସୁମୀ ବାୟୁ ବିଳମ୍ବରେ ଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    97 %
    1.9kmh
    100 %
    Fri
    24 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ