Monday, September 14, 2026
25.9 C
Odisha

    ଜିନିଷ କିଣିବାକୁ ଯାଇଥିବା ବେଳେ ଦୋକାନ ସାମ୍ନାରେ ଟଳି ପଡ଼ିଲେ ବ୍ୟବସାୟୀ: ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାରଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କିଛିବର୍ଷ ହେବ ହୃଦଘାତଜନିତ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖାଉଥିବା ବେଳେ, ବସିଥିବା ବେଳେ ରାସ୍ତାରେ ଥିବା ବେଳେ ହୃଦଘାତର ଶିକାର ହେବାରୁ ଲୋକଙ୍କ ମୃତ୍ୟୁ ହେଉଥିବାର ଅନେକ ଖବର ସାମ୍ନାକୁ ଆସିଛି। ଏଭଳି ସମାନ ଘଟଣା ଗତ ଗୁରୁବାର ଗୁଜୁରାଟରେ ଘଟିଛି। ଦୋକାନରେ ଛିଡ଼ା ହୋଇଥିବା ବେଳେ ଜଣେ ବ୍ୟବସାୟୀଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଛାତିକୁ ଧରି ବ୍ୟବସାୟୀ ଚଟାଣରେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟବସାୟୀଙ୍କ ନାମ ଇଲିୟାସ ଦେବଲା ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।
    ସୂଚନାଯୋଗ୍ୟ, ଇଲିୟାସ ଦେବଲା ନାମକ ବ୍ୟବସାୟୀ ରାଜକୋଟ ଜିଲ୍ଲାର ଉପଲେଟାରେ ବସବାସ କରନ୍ତି। ତାଙ୍କର କପଡ଼ା ବ୍ୟବସାୟ ରହିଛି। ତେଣୁ ସେ ଦୋକାନ ପାଇଁ ସାମଗ୍ରୀ କିଣିବା ହେତୁ ଅହମ୍ମଦାବାଦ ‌ଯାଇଥିଲେ। ଦୋକାନ ସାମ୍ନାରେ ସାମଗ୍ରୀ କିଣିବା ପାଇଁ ଛିଡ଼ା ହୋଇଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା।

    ଯନ୍ତ୍ରଣାକୁ ସହ୍ୟ କରି ନପାରି ତାଙ୍କ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ କାନ୍ଧରେ ସେ ହାତ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଚଟାଣରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବ‌ାଲୋକେ ବ୍ୟବସାୟୀଙ୍କୁ ଉଠାଇବ‌ାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ନହେବାରୁ ସଙ୍ଗେସଙ୍ଗେ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବ୍ୟବସାୟୀଙ୍କୁ ମୃତ ଘୋଷଣା କରିଥିଲେ। ହଠାତ ଇଲିୟାସ ଦେବଲାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାରଲୋକ ସ୍ତବ୍ଧ ହୋଇଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ