Saturday, October 10, 2026
24.5 C
Odisha

    ଓଡ଼ିଶାର ଗୋଟିଏ ସମେତ ୬ଟି ଆସନ ଲାଗି ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ୧୦ ତାରିଖ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଏନେଇ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭାରୁ ସୁଜିତ କୁମାର ଇସ୍ତଫା ଦେବା ପରେ  ଓଡ଼ିଶାରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହା ସମେତ ୪ ରାଜ୍ୟର ୬ଟି ଆସନ ଲାଗି ରାଜ୍ୟସଭା ଉପନିର୍ବାଚନ। ସୁଜିତ କୁମାରଙ୍କୁ ବିଜେପି ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ଅବଶ୍ୟ ଏନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

    ସୂଚନାଯୋଗ୍ୟ, ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା। କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ବିତୀୟ ବିଜେଡି ରାଜ୍ୟସଭା ସାଂସଦ, ଯିଏ ଦଳ ଛାଡ଼ିଥିଲେ। ଏହାପରେ ସୁଜିତ କୁମାର ବିଜେପିରେ ଦେଇଥିଲେ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଥିଲେ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଦଳର ସାଧାରଣ ସଂପାଦକ ଅରୁଣ ସିଂ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ସୁଜିତ କୁମାରଙ୍କ ଭଳି ଜଣେ ଗୁଣୀ ସାମାଜିକ କର୍ମୀଙ୍କୁ ଦଳରେ ପାଇ ଅନ୍ୟନ୍ତ ଖୁସି ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
    ବିଜେପିରେ ଯୋଗ ଦେବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ସୁଜିତ କୁମାର। ସେ କହିଥିଲେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି। ଏଥିରେ ବହୁ ବିଜେଡି ନେତା ଜଡ଼ିତ। ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ଏନେଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ହେଲେ କୌଣସି ସୁଫଳ ମିଳି ନଥିଲା। ଏଣୁ ବାଧ୍ୟ ହୋଇ ବିଜେପିରେ ମିଶିଲି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତବିକାଶ ଆହ୍ବାନ ମୋତେ ଖୁବ୍ ପ୍ରଭାବିତ କରିଛି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ