Saturday, July 27, 2024
24.8 C
Odisha

    ଉଚ୍ଚ ଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଉଚ୍ଚ ଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି । ଏହା ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଇଛି । ଭିଟିପିଉକ୍ରଳ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ଲିଙ୍କରେ କ୍ଲିକ୍ କଲେ ୪ଟି ସେମିଷ୍ଟାରର କୋର୍ସ ପଢ଼ିହେବ । ଘରେ ବସି ସେମିଷ୍ଟାର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । ଫିଜିକ୍ସ, କେମିଷ୍ଟ୍ରି, ବୋଟାନୀ, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ ପରି ୧୧ଟି କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ କରାଯାଇଛି । ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ