Monday, September 14, 2026
23.5 C
Odisha

    ମଧୁର ହସ, ମଥାରେ ତିଳକ: ସାମ୍ନାକୁ ଆସିଲା ରାମ ଲାଲାଙ୍କର ଫଟୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ସାମ୍ନାକୁ ଆସିଛି ରାମଲାଲାଙ୍କ ପୂର୍ଣ୍ଣବୟବ ମୂର୍ତ୍ତିର ଫଟୋ। ଭକ୍ତମାନେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ଫଟୋ ଗର୍ଭଗୃହରେ ରାମ ଲାଲାଙ୍କର ଗର୍ଭଗୃହରେ ପ୍ରତିଷ୍ଠା ପୂର୍ବର ଅଟେ। ଫଟୋରେ ଶ୍ରୀ ରାମଙ୍କ ମୁହଁରେ ମଧୁର ହସ ଏବଂ କପାଳରେ ତିଳକ ରହିଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ମଧ୍ୟ ରାମଲାଲାଙ୍କ ଫଟୋ ଆସିଥିଲା, ଯେଉଁଥିରେ ଏକ ଧଳା କପଡ଼ାରେ ମୂର୍ତ୍ତିକୁ ଘୋଡାଇ ଦିଆଯାଇଥିଲା। ମୈସୁର ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ୫୧ ଇଞ୍ଚର ରାମଲାଲାଙ୍କ ମୂର୍ତ୍ତି ଗୁରୁବାର ମନ୍ଦିରକୁ ଅଣାଯାଇଥିଲା। ପିଟିଆଇ ରିପୋର୍ଟ ଅନୁଯାୟୀ, ପବିତ୍ର ସମାରୋହ ସହ ଜଡିତ ପୁରୋହିତ ଅରୁଣ ଦୀକ୍ଷିତ କହିଛନ୍ତି ଯେ ଗୁରୁବାର ଅପରାହ୍ନରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯାଇଛି। ମନ୍ଦିର ନିର୍ମାଣର ତଦାରଖ କରୁଥିବା ସଂଗଠନ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତର ଟ୍ରଷ୍ଟ ଅନୁଯାୟୀ ଭବ୍ୟ ମନ୍ତ୍ର ଜପ କରି ରାମଲାଲାଙ୍କ ପ୍ରତିମାକୁ ପବିତ୍ର ମନ୍ଦିରରେ ରଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ