Monday, October 19, 2026
21.9 C
Odisha

    ଗଂଜେଇ ଚାଷର କି ରହସ୍ୟ: ଚାଷକୁ ହଁ, ଅମଳକୁ ନା

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାରେ ସବୁଜ ହୀରା ଭାବେ ଗଂଜେଇ ବେଶ ପରିଚିତ। ଜିଲ୍ଲାର ଗୋଟିଏ ଦୁଇଟି ବ୍ଲକକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ଲକରେ ଏହି ସବୁଜ ହୀରା ଚାଷ ଜୋରସୋରରେ ଚାଲିଛି। ଜିଲ୍ଲାରେ ଗଂଜେଇ ଚାଷ କରାଯିବା ଏବଂ ତାକୁ ଅମଳ ବେଳେ ନଷ୍ଟ କରିବା ପ୍ରକ୍ରିୟା ପ୍ରାୟତଃ ପ୍ରତିବର୍ଷ ଦେଖିବାକୁ ମିଳେ। ପୁଲିସ ଓ ଅବକାରୀ ବିଭାଗର ଏହି ନୀତିକୁ କେହି ବୁଝିବା ମୁସକିଲ ହୋଇପଡିଛି। ଗଂଜେଇ ଚାଷ ବେଳେ ହଁ ଏବଂ ଅମଳ ବେଳେ କାହିଁକି ନା ତାକୁ ନେଇ ସାଧାରଣରେ ବହୁ ପ୍ରଶ୍ନ ଉଙ୍କି ମାରୁଛି।

    ଜୁନ, ଜୁଲାଇ ବେଳକୁ ଗଂଜେଇ ଗଛ ଲଗାଯାଏ। ଦୁର୍ଗମ ଅଂଚଳରେ ପ୍ରାୟତ ଏକର ଏକର ଜମିରେ ଧାନ, ମାଣ୍ଡିଆ, ସୁଆଁ ବଦଳରେ ଲାଗେ ଗଂଜେଇ ଗଛ। ପିଲାଙ୍କୁ ଯେପରି ଯତ୍ନ ନିଆଯାଏ ଠିକ୍ ସେହିପରି ଗଂଜେଇ ଗଛକୁ ମଧ୍ୟ ଯତ୍ନ ନିଆଯାଇଥାଏ। ସରକାରୀ ହିସାବରେ ଗୋଟିଏ ଗୋଟିଏ ଗଂଜେଇ ଗଛର ଦାମ ୧୦ ହଜାର ଟଂକା। ଗଂଜେଇ ଚାଷ ପାଇଁ ମାଫିଆମାନଙ୍କ ଭିଡ଼ ଜିଲ୍ଲାରେ ଲାଗେ। ବିଭିନ୍ନ ହୋଟେଲମାନଙ୍କରେ ଗଂଜେଇ ମାଫିଆମାନେ ରହି ଦୁର୍ଗମ ଅଂଚଳର ଗଂଜେଇ ଚାଷ କରୁଥିବା ବ୍ୟକ୍ତିମାନଙ୍କୁ ଗଂଜେଇ ଚାଷ ପାଇଁ ଅଗ୍ରୀମ ଟଂକା ଦେଇଥାନ୍ତି। ଅଗ୍ରୀମ ଟଂକା ନେଇ ଚାଷୀ ଚାଷ ଆରମ୍ଭ କରେ। ଏହି ସମୟରେ ପୁଲିସ କିମ୍ବା ଅବକାରୀ ବିଭାଗର କୌଣସି ଚଢାଉ ହୁଏ ନାହିଁ। ତେଣୁ ବେଧଡକ ଚାଷ କରାଯାଏ।

    ଗତବର୍ଷ ଅବକାରୀ ବିଭାଗ ୪ ଶହ ଏକରରୁ ଊର୍ଦ୍ଧ୍ବ ଜମିରୁ ଗଂଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ ସମଧରଣର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ପୁଣି ଯାହା ଅମଳ ସମୟରେ ନଷ୍ଟ ହୋଇନପାରେ ସେହି ଗଂଜେଇ ବାହାର ରାଜ୍ୟକୁ ରପ୍ତାନୀ ହୋଇଥାଏ। ପ୍ରତିବର୍ଷ ଏକ ହଜାର କୋଟିରୁ ଉର୍ଦ୍ଧ୍ବ ଟଂକାର ଗଂଜେଇ ଚାଲାଣ ହେଉଥିବା ଜଣାପଡିଛି। ଅନ୍ୟଦିଗରେ ନକ୍ସଲ ଜିଲ୍ଲାରେ ନିଜର ପତିଆରା ଜମାଇଥିବା ବେଳେ ଗଂଜେଇ ଚାଷକୁ ପ୍ରତ୍ସାହନ ଦେବା ସହ କିଲୋ ପିଛା ଏକ ଶହ ଟଂକା ଦାବି କରୁଥିଲେ।

    ଏବେ ଜିଲ୍ଲାରେ ନକ୍ସଲ ନଥିବା ବେଳେ ଗଂଜେଇ ଚାଷକୁ ରୋକିବା ଏକ ପ୍ରକାର ସହଜ ହୋଇଥିଲେ ମଧ୍ୟ ଦୁର୍ଗମ ଅଂଚଳରେ ହେଉଥିବା ଗଂଜେଇ ଚାଷକୁ ନଷ୍ଟ କରିବା ବିପଦପୂର୍ଣ୍ଣ ଅଟେ। ଏହି ଗଂଜେଇ ଚାଷର ରହସ୍ୟକୁ ବୁଝିବା ମୁସକିଲ ହୋଇପଡିଛି। ଗଂଜେଇ ଚାଷ ବେଳେ ହିଁ ଏହାର ସର୍ଭେ କରାଯାଇ ଚାଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହି ଚାଷର ମୂଳତ୍ପାଟନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ