Tuesday, September 29, 2026
22.7 C
Odisha

    ଭିନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ ମିଳିଛି। ସୁନ୍ଦରଗଡ଼   ସ୍ୱତନ୍ତ୍ର ପସ୍କୋ କୋର୍ଟ ଏହି ରାୟ ଶୁଣାଇଲେ। ଆଲନବିଲିସ କୁଜୁରକୁ ପୋସ୍କୋ କୋର୍ଟ ଜଜ୍‌ ଜ୍ଞାନ ରଂଜନ ପଟ୍ଟନାୟକ ଉପଯୁକ୍ତ ସାକ୍ଷୀମାନଙ୍କର ବୟାନ ଓ ପ୍ରମାଣକୁ ଆଧାରକରି ଏହି ଶୁଣାଣି କରିଛନ୍ତି। ଏଥି ସହିତ ଦୋଷୀଙ୍କ ବିରୋଧରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ୍‌ ଦଣ୍ଡ ହେବ ବୋଲି କହିଛନ୍ତି।  ମାମଲାର ବିବରଣୀରୁ ଜଣାଯାଏ ଯେ, ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅଂଚଳରେ ୨୦୨୦ ମସିହାରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଆଲନବିଲିସ କୁଜୁର ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲା ସୁନ୍ଦରଗଡ଼ ସ୍ବତନ୍ତ୍ର ପସ୍କୋ ଅଦାଲତରେ ପରିଚାଳିତ ହେଉଥିଲା। କୋର୍ଟ ଏହି ମାମଲାରେ ଆଜି ରାୟ ଶୁଣାଇଛନ୍ତି। କୋର୍ଟ ସମସ୍ତ ସାକ୍ଷୀଙ୍କ ବୟାନ ଓ ପ୍ରମାଣପତ୍ରକୁ ଆଧାରକରି ଦୁଷ୍କର୍ମକାରୀ ଆଲନବିଲିସ କୁଜୁରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦେଢ଼ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ କଲେ ଆହୁରି ଦେଢ଼ ବର୍ଷ ସଜ୍ଜା ଶୁଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ