Monday, October 5, 2026
24.7 C
Odisha

    ବିରଳ ରୋଗରେ ପୀଡ଼ିତ ଦେଢ ବର୍ଷର ଶିଶୁ ଅର୍ଜୁନ, ଚିକିତ୍ସା ପାଇଁ ଆବଶ୍ୟକ ୧୭ କୋଟି ଟଙ୍କାର ଇଂଜେକ୍ସନ

    ଆଗକୁ ପଢନ୍ତୁ

    ଜୟପୁର:  ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ୧୮ ମାସର ଶିଶୁ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛି। ପଙ୍କଜ ଜାଙ୍ଗିଡଙ୍କ ଦେଢ଼ ବର୍ଷର ପୁଅ ଅର୍ଜୁନ ସ୍ପାଇନାଲ ମସକୁଲାର ଆଟ୍ରୋଫି ଟାଇପ-ୱାନ୍ ନାମକ ରୋଗରେ ପୀଡ଼ିତ । ଏହି କାରଣରୁ ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ୧୭ କୋଟି ଟଙ୍କାର ଇଞ୍ଜେକସନ ଦ୍ୱାରା ଏହି ଗମ୍ଭୀର ରୋଗର ଚିକିତ୍ସା ଉପଲବ୍ଧ ହେବ ବୋଲି ଡାକ୍ତରମାନେ କହିଛନ୍ତି। ସେବେଠାରୁ ଶିଶୁର ପିତାମାତା ଚିକିତ୍ସା ପାଇଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁଅର ଜୀବନ ବଞ୍ଚାଇବା ପାଇଁ ସେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

    ଶିଶୁର ପିତା ପଙ୍କଜ ଜାଙ୍ଗିଡ କହିଛନ୍ତି ଯେ ଅର୍ଜୁନ ଏକ ସୁସ୍ଥ ଶିଶୁ ପରି ଜନ୍ମ ହୋଇଥିଲେ। କିନ୍ତୁ ୩ ମାସ ପରେ ତାଙ୍କ ଗୋଡ଼ରେ ଦୁର୍ବଳତା ଅନୁଭବ କରିବା ଆରମ୍ଭ ହୋଇଥିଲା। ଗତ ୧ ବର୍ଷ ହେଲା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସହ ସାରା ଶରୀରରେ ଦୁର୍ବଳତା ଦେଖାଦେଇଥିଲା। ପାଖାପାଖି ଅଧ ଡଜନ ଡାକ୍ତରଙ୍କୁ ଦେଖାଇବା ପରେ ପରୀକ୍ଷା କରାଯାଇ ତାଙ୍କର ଏସ୍ଏମ୍ଏ ଟାଇପ୍-ୱାନ୍ ରୋଗ ଥିବା ଜଣାପଡ଼ିଥିଲା। ଏହି ରୋଗ କାରଣରୁ ଅର୍ଜୁନକୁ ନିଶ୍ୱାସ ନେବାରେ ଅସୁବିଧା ହେବାରେ ଲାଗିଛି ।

    ଅର୍ଜୁନଙ୍କ ବାପା ପଙ୍କଜ ଜାଙ୍ଗିଦ ଗୁରୁତର ରୋଗରେ ପୀଡ଼ିତ ଥିବା ବେଳେ ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଅର୍ଜୁନଙ୍କ ମା’ ପୁନମ୍ ଜାଙ୍ଗିଦ ଏକ ସରକାରୀ ସ୍କୁଲରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି। ଏଭଳି ସ୍ଥିତିରେ ଉଭୟଙ୍କ ପାଇଁ କୋଟି କୋଟି ଟଙ୍କା ସଂଗ୍ରହ କରିବା ଅତ୍ୟନ୍ତ କଷ୍ଟକର। ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁର ଏହି ରୋଗର ଚିକିତ୍ସା କେବଳ ୨ ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥାଏ। ଏହି ରୋଗ ପାଇଁ ଇଂଜେକ୍ସନ କେବଳ ଆମେରିକାରେ ଉପଲବ୍ଧ ହୋଇଥିଏ ଓ ତାହାର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ହେବ ଓ ଭାରତକୁ ଆଣିଲେ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ତାହାର ମୂଲ୍ୟ ୧୭ କୋଟି ହୋଇଯିବ । ବର୍ତ୍ତମାନ ଶିଶୁର ପିତାମାତା କ୍ରାଉଡ ଫଣ୍ଡିଂ ସାହାଯ୍ୟରେ ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ଏହାବ୍ୟତୀତ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସହାୟତା ପାଇଁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ