Saturday, July 27, 2024
24.8 C
Odisha

    ରତନ ଟାଟା ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କିଏ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ;  ଉଦ୍ଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କୁ ଧମକ ଦେଇଥିବା ଯୁବକର ପତ୍ତା ପାଇଛି ପୋଲିସ  । ଯୁବକ ଜଣକ ରତନ ଟାଟାଙ୍କୁ ହତ୍ୟା ଧମକ ଦେଇଥିଲା  । ସମ୍ପୃକ୍ତ ବ୍ୟକ୍ତି ସିଜୋଫ୍ରୋନିଆ ରୋଗରେ ପୀଡିତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  । କିଛି ଦିନ ପୂର୍ବରୁ ବ୍ୟକ୍ତି ଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି ପାଇଁ ଦାବି କରିଥିଲେ  । ଏହାପରେ ସେ ଉଦ୍ଦ୍ୟୋଗ ଜଗତର ଜଣାଶୁଣା ଶିଳ୍ପପତିଙ୍କ ଅବସ୍ଥା ଟାଟା ସନ୍‌ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଭଳି ହେବ ବୋଲି ଧମକ ଦେଇଥିଲା  । କଲ୍‌ ମିଳିବା ପରେ ମୁମ୍ବାଇ ପୋଲିସ ହାଇଆଲର୍ଟରେ ଆସିଥିଲା  । ଏକ ସ୍ବତନ୍ତ୍ର ଟିମ ରତନ ଟାଟାଙ୍କ ସୁରକ୍ଷା ଦାୟିତ୍ବ ନେଇଥିଲା  । ସେହିପରି ଆଉ ଏକ ଟିମ ଫୋନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଯୋଗା କରିଥିଲା  । ଫୋନ କରିଥିବା ବ୍ୟକ୍ତିଙ୍କ ଲୋକେସନ୍‌ କର୍ଣ୍ଣାଟକରୁ ମିଳିଥିଲା  । କିନ୍ତୁ ସେ ପୁଣେରେ ରହୁଥିଲା  ।  ପୁଣେସ୍ଥିତ ବାସଭବନରେ ପୋଲିସ ପହଞ୍ଚିବା ବେଳକୁ ସେ ଘରେ ନଥିଲା  । ସେ ୫ ଦିନ ଧରି ନିଖୋଜ ଥିବା ତା ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲା  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ