Tuesday, October 13, 2026
28.9 C
Odisha

    ୫ ବର୍ଷ ପରିଶ୍ରମ କରନ୍ତୁ ୫୦ ବର୍ଷ ମିଳିବ ଖୁସି : ପଣ୍ଡିଆନ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର,୧୬/୧୨: ୫ ବର୍ଷ ପରିଶ୍ରମ କରନ୍ତୁ ୫୦ ବର୍ଷ ମିଳିବ ଖୁସି । ଏପରି କହି ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କୁ ଖୁସି ଖବର ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ମାସରୁ ହିଞ୍ଜିଳିରେ ଗଡିବ ଲକ୍ଷ୍ମୀ ବସ। କଲେଜ ପିଲା ମାତ୍ର ୫ ଟଙ୍କା ଦେଇ ଯେକୌଣସି ପଞ୍ଚାୟତରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ପହଞ୍ଚିପାରିବେ । କଲେଜ ରୂପାନ୍ତରଣ ନେଇ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ 5T ଅଧ୍ୟକ୍ଷ। ୬ ମାସ ପୂର୍ବରୁ କଲେଜର ସ୍ଥିତି ଆଉ ଏବେକାର ସ୍ଥିତି ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ମତ ଲୋଡିଛନ୍ତି । ସେହିପରି ନିଜ ମାତାପିତାଙ୍କ ମୁହଁକୁ ଚାହିଁ କଠିନ ପରିଶ୍ରମ କରିବାକୁ ସେ ଆହ୍ବାନ ଦେଇଛନ୍ତି । ମାତା, ପିତା, ଗୁରୁଙ୍କୁ କେବେବି ନ ଭୁଲିବା ପାଇଁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

    ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପ୍ରଥମେ ପହଞ୍ଚିବା ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ