Saturday, March 14, 2026
23.2 C
Odisha

    RI, ଅମିନ, ଆଇସିଡିଏସ୍‌ ସୁପରଭାଇଜର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଅକ୍ଟୋବର ୮ରୁ ପ୍ରିଲିମିନାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (OSSSC) ଦ୍ୱାରା ପରିଚାଳିତ RI, ଏଆର୍‌ଆଇ, ଅମିନ ଓ ICDS ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ । ଏହି ପରୀକ୍ଷା ୧୩ ନଭେମ୍ବର ଯାଏ ସବୁ ଜିଲାରେ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ www.osssc.gov.in. ମାଧ୍ୟମରେ ଆଡ୍‌ମିଶନ ଲେଟର ଡାଉନ୍‌ଲୋଡ୍‌ କରିପାରିବେ । ସେମାନେ ଚାହିଁଲେ ପୋର୍ଟାଲ ମାଧ୍ୟମରେ ମକ୍‌ ଟେଷ୍ଟ ଦେଇପାରିବେ । ଆଡ୍‌ମିଶନ ଲେଟରରେ ପରୀକ୍ଷା ତାରିଖ, ସ୍ଥାନ ଏବଂ କେନ୍ଦ୍ର ସମ୍ପର୍କିତ ତଥ୍ୟ ଉଲ୍ଲେଖ କରାଯିବ ।

    ସୂଚନାଥାଉକି, ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ଏହାର ସାନି ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମନାରୀ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ