Tuesday, January 7, 2025
17.7 C
Odisha

    ଅତି କମରେ ୩ ସନ୍ତାନ ଆବଶ୍ୟକ : ମୋହନ ଭାଗବତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାରା ଦେଶରେ ଜନଗଣନା, ଜାତିଗତ ଜନଗଣନାକୁ ନେଇ ବିରୋଧୀ ସବୁବେଳେ ପ୍ରସଙ୍ଗ କରି ଆସୁଛନ୍ତି, ଏବେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏହି ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ ।ନାଗପୁରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଭାଗବତ କହିଛନ୍ତି, ଜନସଂଖ୍ୟା ହ୍ରାସ ଚିନ୍ତାର ବିଷୟ। ଆଧୁନିକ ଜନସଂଖ୍ୟା ବିଜ୍ଞାନ କହୁଛି ଯେ ଯେତେବେଳେ କୌଣସି ସମାଜର ଜନସଂଖ୍ୟା ୨.୧ ଅନୁପାତ ( ୨ ଜନ୍ମକୁ ୧ ମୃତ୍ୟୁ) ତଳକୁ ଖସିଯାଏ, ସେହି ସମାଜ ପୃଥିବୀରୁ ଲୋପ ପାଇଯାଏ । ସଙ୍କଟ ନଥିଲେ ବି ସେହି ସମାଜ ନଷ୍ଟ ହୋଇଯାଏ। ଏହିପରି ଅନେକ ଭାଷା ଓ ସମାଜ ନଷ୍ଟ ହୋଇଯାଇଛି। ଜନସଂଖ୍ୟା ୨.୧ ତଳକୁ ଯିବା ଉଚିତ ନୁହେଁ, ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ରେ ସ୍ଥିର ହୋଇଥିଲା । କିନ୍ତୁ ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ସମାଜର ଜନସଂଖ୍ୟା ୨.୧ରୁ କମ୍ ହେବା ଉଚିତ ନୁହେଁ । ଏବେ ଆମେ ଦୁଇ – ଆମର ଦୁଇ ନୁହେଁ ଆମର ତିନି ଆବଶ୍ୟକ ହୋଇଯାଇଛି। ଜନସଂଖ୍ୟା ବିଜ୍ଞାନ ଏହା କହୁଛି। ‘

    ତେଣୁ ଯଦି ଆମେ ଜନସଂଖ୍ୟା ବୃଦ୍ଧି ହାର ୨.୧% ଚାହୁଁଛୁ, ତେବେ ଆମକୁ ଦୁଇରୁ ଅଧିକ ପିଲାଙ୍କ ଆବଶ୍ୟକତା ରହିଛି। ଏହାପରେ ଭାଗବତ ମଧ୍ୟ କହିଥିଲେ ଯେ ତିନୋଟି ସନ୍ତାନ ରହିବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.7 ° C
    17.7 °
    17.7 °
    40 %
    2.1kmh
    0 %
    Tue
    18 °
    Wed
    27 °
    Thu
    27 °
    Fri
    28 °
    Sat
    28 °

    ସମ୍ବନ୍ଧିତ