Monday, June 23, 2025
25 C
Odisha

    ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ

    ଆଗକୁ ପଢନ୍ତୁ

    ଭଂଜନଗର ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ଖଣି ଖାଦାନ ଲୁଟ୍ । ମାସିକିଆ ଚାନ୍ଦାରେ କାରବାର ଚାଲିଥିବା ଅଭିଯୋଗ ହୋଇଛି । ମାଇନିଂଗ ପ୍ଳାନ୍ ନଥାଇ ଜଙ୍ଗଲ ଭିତରେ ବେଆଇନ୍ ଭାବେ ପଥର ପୁଂଟା ଓ ପଥର ବିକା ହୋଉଥିବା ଅଭିଯୋଗ ପରେ କମ୍ପ୍ରେସରକୁ ସିଜ୍ କରିଛି ଭଂଜନଗର ପୋଲିସ । ହେଲେ ପଥର ବିକ୍ରି ଉପରେ ଲାଗିପାରୁନି ରୋକ୍ । ବିନା ମାଇନଂଗ ପ୍ଳାନ୍ ଆପୃଭରେ ପଥର ମାଫିଆମାନେ ପଥର ପୁଂଟାଇ ଶହ ଶହ ଗାଡ଼ି ପଥର ଉଠାଉଥିବା ଅଭିଯାଗ ହୋଇଛି । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପଥର ପୁଂଟାଇ ପଥର ଲୁଟ ହେଉଛି । ଏପରିକି ଗାଡ଼ି ନମ୍ବର ନଥାଇ ଗାଡ଼ି ବ୍ୟବହାର କରି ପଥର ପୁଂଟା ଯାଉଛି । କେବଳ ପଥର ନୁହେଁ ବାଲି, ମୋରମ ଓ ଅନ୍ୟ ଖଣିଜ ସମ୍ପତି ବେଧଡ଼କ ଭାବେ ଏଠି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ରାଜ୍ୟ ଖଣି ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ରୋକିବାକୁ ସାଧାରଣରେ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    84 %
    3kmh
    100 %
    Mon
    25 °
    Tue
    26 °
    Wed
    31 °
    Thu
    33 °
    Fri
    32 °

    ସମ୍ବନ୍ଧିତ