Sunday, January 11, 2026
15.9 C
Odisha

    କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ହେଲା ଆସନ ବୁଝାମଣା

    ଆଗକୁ ପଢନ୍ତୁ

    ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏହି କ୍ରମରେ ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣାକୁ ନେଇ ଲାଗିଥିବା କନ୍ଦଳ ଥମିଛି । ଆସନ ଭାଗବଣ୍ଟାକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି । ସମାଜବାଦୀ ପାର୍ଟି କଂଗ୍ରେସକୁ ବାରଣାସୀ ଓ ପ୍ରୟାଗରାଜ ଆସନ ସହ ମୋଟ ୧୭ ଟି ଆସନ ଛାଡିବାକୁ ରାଜି ହୋଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ ।ମେଣ୍ଟ ନେଇ ଅଖିଳେଶ କହିଛନ୍ତି କି, ଯଦି ଆରମ୍ଭ ଭଲ ହେବ ତେବେ ଶେଷ ବି ଭଲ ହେବ । ଏହାସହ କଂଗ୍ରେସ ସହ ମେଣ୍ଟ ହେବ । ଏନେଇ ଆଗାମୀ କିଛି ଘଣ୍ଟା ମଧ୍ୟରେ ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.9 ° C
    15.9 °
    15.9 °
    26 %
    0.5kmh
    75 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ