Friday, October 9, 2026
28.3 C
Odisha

    ସମିତି ସଭ୍ୟଙ୍କୁ ଗୁଳିମାଡ; ବଣଭୋଜି ପାଲଟିଲା ରଣକ୍ଷେତ୍ର

    ଆଗକୁ ପଢନ୍ତୁ

    ଗଞ୍ଜାମ: ବଣଭୋଜି ବେଳେ ମାରପିଟ ଓ ଗୁଳିମାଡ଼ରେ ଜଣେ ଗୁରୁତର । ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତି ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ । ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ଏକ ଇଟା ଭାଟିରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହେଉଥିବା ବେଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ ସହ ଗୁଳି ମାଡ଼ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ପ୍ରାଥମିକ ଚିକିତ୍ସାପରେ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗାଁ ଭିତରେ ବାଇକ ସ୍ପିଡ଼ ଚଲାଇବାକୁ ନେଇ ଏଭଳି ଘଟଣା ହୋଇ ଥିବା ସୂଚନା ମିଳିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ