Tuesday, September 22, 2026
25.2 C
Odisha

    ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍‌

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି। ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି। ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍ ଦିଆଯାଇଛି। ଜୀବଜନ୍ତୁଙ୍କ ସୁରକ୍ଷାରେ ଏହି ପାଟ୍ରୋଲିଂ ଭ୍ୟାନ ନିୟୋଜିତ ହେବ। ଏହି ପାଟ୍ରୋଲିଂ ଭ୍ୟାନରେ ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଭ୍ୟାନ୍‌ର ଶୁଭାରମ୍ଭ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କରିଛନ୍ତି। ଆଗାମୀ ଦିନରେ ସମ୍ବଲପୁର ଡେବ୍ରିଗଡ଼ ଅଭୟରଣ୍ୟରେ ମଧ୍ୟ ଏଭଳି ଅତ୍ୟାଧୁନିକ ପେଟ୍ରୋଲିଂ ଭ୍ୟାନ୍ ଯୋଗାଇ ଦେବାନେଇ ନେଇ ବିଚାର ବମର୍ଷ ଚାଲିଛି।

    ଏନଟିସିଏର ଟାଇଗର ରିକଭରି ପ୍ଲାନ ଅନୁସାରେ ୧୨ରୁ ୧୬ଟି ବାଘ ଆଣିବାକୁ ଯୋଜନା ହୋଇଛି। ଏନେଇ ବୈଷୟିକ ଅନୁମୋଦନ ସରିଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈବାଘ ଅଣାଯାଇ ବଂଶ ବିସ୍ତାର ପାଇଁ ଯୋଜନା କରାଯାଇଛି। ଏ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହମତି ଲୋଡ଼ାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    96 %
    1.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ