Thursday, September 24, 2026
25 C
Odisha

    ଜନଶୁଣାଣିରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ନମିଳିବା ପ୍ରସଂଗ: ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    କଟକ: ଝାରସୁଗୁଡ଼ା ଜିଲ୍ଲାର ଉତ୍ତର କୋଇଲା ବ୍ଲକ ତଥା କୁର୍ଲୋଇ(ଏ)କୁ ଖଣିଜ ପ୍ରକଳ୍ପ ନିମନ୍ତେ ବେଦାନ୍ତ କମ୍ପାନୀକୁ ପ୍ରଦାନ ନିମିତ୍ତ ଜନଶୁଣାଣି ଠିକ୍‌ ଢଙ୍ଗରେ କରାଯାଇ ନଥିବା ନେଇ ରୁଜୁ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏପରିକି ଏହି ଜନଶୁଣାଣିରେ ସ୍ଥାନୀୟ ଲୋକଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆ ନଯିବା ଅଭିଯୋଗ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୋପୀନାଥ ମାଝୀ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକୁ ସ୍ଥାନାନ୍ତର ସହ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଯେପରି ପ୍ରଭାବିତ ନହେବା ସେ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତାହାକୁ ସତ୍ୟପାଠ ଜରିଆରେ ଜଣାଇବାକୁ କହିଛନ୍ତି ହାଇକୋର୍ଟ। ଅନ୍ୟପଟରେ ଲିଲାରି ନାଳ ସହ ସଂଯୋଗ କରୁଥିବା ହିଞ୍ଜାନଖାରୁ ଜୋର ଗତିପଥକୁ ବଦଳାଇବା ପାଇଁ ଯେଉଁ ପ୍ରସ୍ତାବ ରହିଛି, ତାହା ଦ୍ୱାରା ଜଳପ୍ରବାହ ଧାରା ପ୍ରଭାବିତ ହେବ କି ନାହିଁ, ତାହା ଜଣାଇବାକୁ ଅଦାଲତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25 ° C
    25 °
    25 °
    96 %
    3.6kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ