Sunday, September 27, 2026
21.7 C
Odisha

    ୧୮ରେ ଖୋଲିବ ସ୍କୁଲ୍‌ : ଦିନକ ପୂର୍ବରୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଅବକାଶ ଶେଷ ହେବାକୁ ଯାଉଛି। ଆସନ୍ତା ୧୮ତାରିଖରୁ ପୁଣି ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ୍‌ ଖୋଲିବାର ସପ୍ତାହେ ପୂର୍ବରୁ ସ୍ୱଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକୁ ପୂର୍ବରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ବିଭାଗର ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ମାସ ୧୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ଥିବାବେଳେ ବିଭାଗୀୟ ସଚିବ ଅଶ୍ୱଥି ଏସ୍‌. ଭର୍ଚୁଆଲ୍‌ ମାଧ୍ୟମରେ ସମୀକ୍ଷା କରିଛନ୍ତି। ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସ୍‌କୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ