Sunday, September 27, 2026
29 C
Odisha

    ନୂଆବର୍ଷ ପାଇଁ ସୁରକ୍ଷା କଡ଼ାକଡ଼ି : ସ୍କାନର୍‌ରେ ହୋଟେଲ, ପବ୍‌ ଓ ଡ୍ୟାନ୍ସ ବାର୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜମିଲାଣି ନୂଆବର୍ଷର ମାହୋଲ୍‌। ନୂଆବର୍ଷକୁ ଧୁମ୍‌ଧାମରେ ପାଳନ କରିବା ଲାଗି ଜୋରଦାର ପ୍ରସ୍ତୁତି ହୋଇଛି। ନୂଆବର୍ଷକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେନେଇ ଉଭୟ କମିଶନରେଟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି। ତେବେ ନୂଆ ବର୍ଷକୁ ନେଇ ଜିରୋ ନାଇଟ ସେଲିବ୍ରେସନର ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଛି। ଏଥିଲାଗି ହୋଟେଲ, ପବ୍‌, ଡ୍ୟାନ୍ସ ବାର୍‌ ପ୍ରସ୍ତୁତ ହୋଇଛି। ରାତି ମତୁଆଲା ଲାଗି ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ଉପରେ ନିଜର ରଖିଛି ଅବକାରୀ ବିଭାଗ। ୧୨ ଟା ରାତି ପରେ କ୍ଲବ, ପବ୍‌ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି। କିନ୍ତୁ ୩୧ ତାରିଖ ରାତିରେ ଜିରୋ ନାଇଟ ଉତ୍ସବ ପାଳନ ନେଇ କୌଣସି କାର୍ଯ୍ୟକ୍ରମ ଲାଗି ଘରୋଇ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ। ଅମାନିଆଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି।

    ଭୁବନେଶ୍ୱରରରେ ରେଭ୍‌ ପାର୍ଟି ଜମିବ। ସହର ଏବଂ ଉପକଣ୍ଠରେ ଥିବା ରିସର୍ଟଗୁଡ଼ିକ ଆଗ୍ରୀମ ଦେଇ ବୁକିଂ କରି ନେଇଛନ୍ତି। କିନ୍ତୁ ରାତିକୁ ରଙ୍ଗୀନ କରିବା ସହ ଡିଜେ ଲାଗି ଲାଗି ପୁଲିସ ଅନୁମତିର ଆବଶ୍ୟକ ରହିଛି। ତେଣୁ ଲୁଚାଛପାରେ ଚଳାଇବାକୁ କେତେକ ଯୋଜନା କରିଛନ୍ତି।ଅନ୍ୟପକ୍ଷରେ ନୂଆବର୍ଷ ଆଗକୁ ଥିବା ବେଳେ ସହରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଡିସେମ୍ୱର ୩୧ ଓ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ପୁଲିସ ବ୍ୟାପକ ଭାବେ ପହରା ମାରିବ। ଭିଡ଼ ନିୟନ୍ତ୍ରଣ ଓ ମଦ୍ୟପଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ ହେବ। ମଦ୍ୟପ ଚାଳକଙ୍କୁ ଧରିବା ଲାଗି ସମସ୍ତ ଥାନାକୁ ବ୍ରେଥ୍‌ ଆନାଲାଇଜର ଦିଆଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

    ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା କଡ଼ାକଡ଼ି

    ନୂଆବର୍ଷରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିଛି। ଡେରାସ, ଏକାମ୍ର ପାର୍କ, ବଟାନିକାଲ ଗାଡେନ୍‌, ନନ୍ଦନକାନନ, ଖଣ୍ଡଗିରି, ଧଉଳି, ଉଦୟଗିରି, ଲିଙ୍ଗରାଜ ମନ୍ଦିର ଭଳି ଦେବାଳୟ କିମ୍ବା ପର୍ଯ୍ୟଟନସ୍ଥଳୀକୁ ଭୋଜି କିମ୍ବା ବୁଲାବୁଲି କରିବାକୁ ଲୋକେ ଆସିବେ। ସେଠାରେ ଜନଗହଳିକୁ ନଜରରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ନୂଆବର୍ଷ ଦିନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସ୍ୱତନ୍ତ୍ର ଅଧିକାରୀ ନଜର ରଖିବେ। ଏପରିକି ଟ୍ରାଫିକ ଭିଡ଼କୁ ରୋକିବା ଲାଗି ବ୍ୟାରିକଡ୍‌ ବ୍ୟବସ୍ଥା କରାଯିବ। ସାମାଜିକ ଗଣମାଧ୍ୟମରେ ଟ୍ରାଫିକ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ