Saturday, September 12, 2026
23.3 C
Odisha

    ସାଇବର କ୍ରାଇମ ପାଇଁ Sexotortion, ଜାଣନ୍ତୁ ଏହା କଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାଇବର କ୍ରାଇମ ପାଇଁ ବିଭିନ୍ନ ଉପାୟ କରୁଛନ୍ତି ଅପରାଧୀ । ଏହା ମଧ୍ୟରୁ ଭୟଙ୍କର ହେଉଛି ସେକ୍ସୋଟର୍ସନ । ଅଧିକାଂଶ ସମୟରେ କେହି ନା କେହି ସାଧାରଣ ଲୋକ ଏହି ମାମଲାର ଶୀକାର ହେଉଛନ୍ତି। ସାଧାରଣ ଲୋକ ନୁହେଁ, ବଡ଼ ବଡ଼ ନେତା ମନ୍ତ୍ରୀ ଏବଂ ସେଲିବ୍ରିଟି ମଧ୍ୟ ଏଭଳି ସାଂଘାତିକ ମାମଲାରେ ଫସିଥିବା ଜାଣିବାକୁ ମିଳିଛି। ତେବେ ଏଭଳି ମାମଲାରେ ସାମିଲ ଥିବା ସମସ୍ତ ସାଇବର କ୍ରିମିନାଲ ଏବଂ ମାଷ୍ଟରମାଇଣ୍ଡକୁ ଖୋଜି ବୁଲୁଛି ପୋଲିସ ଡିପାର୍ଟମେଣ୍ଟ । ତେବେ ଏଥିରୁ କିପରି ନିଜକୁ ରକ୍ଷା କରିବେ ଆସନ୍ତୁ ଜାଣିବା…

    Sexotortion କଣ?

    ଏହି ଶବ୍ଦଟି ଦୁଇଟି ଶବ୍ଦକୁ ନେଇ ଗଠିତ ହୋଇଛି(Sex & Exotortion) ଅପରାଧୀମାନେ ଜଣଙ୍କର ଅଶ୍ଳୀଳ ଭିଡିଓ କ୍ଲିପ ତିଆରି କରି ଏହାକୁ ଭାଇରାଲ କରିଥାଏ । ଏଥିରେ ପ୍ରଥମେ ନିଜ ଟାର୍ଗେଟକୁ ଶୀକାର କରାଯାଇ ତାଙ୍କୁ ନିଜ ଜାଲରେ ଫସାଇ ନିଅନ୍ତି ଅପରାଧୀ । ଏହାପରେ ଭିଡିଓ ଦେଖାଇ ବ୍ଲାକମେଲ କରିବା ସହ ଲକ୍ଷ ଲକ୍ଷ ବା କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ମାଗିଥାନ୍ତି । ନଚେତ୍ ଭିଡିଓକୁ ଇଣ୍ଟରନେଟ ତଥା ସୋସିଆଲ ମିଡିଆରେ ଛାଡ଼ି ବଦନାମ କରିଦେବାର ଭୟ ଦେଖାଇଥାନ୍ତି । ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପରେ ଏକ ଭିଡିଓ କଲ୍ ଆସିଥାଏ । ଏହାକୁ ରିସିଭ କରିବା ମାତ୍ରେ ଆପଣ ଏହାର ଜାଲରେ ଫସି ଯାଆନ୍ତି । କିଛି ସମୟର ଏକ ଭିଡିଓ ରେକର୍ଡ କରିବା ପରେ ଏହାକୁ ଏଆଇ ସାହାଯ୍ୟରେ ଫେକ୍ ଅଶ୍ଳୀଳ ଭିଡିଓରେ ପରିଣତ କରି ଆପଣଙ୍କୁ ବ୍ଲାକମେଲ କରିପାରନ୍ତି ।

    ଏ ପରିସ୍ଥିତିରେ କ’ଣ କରିବେ?

    ଇଣ୍ଟରନେଟ ଦୁନିଆରେ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେ ନିଜେ ସାବଧାନ ରହିବା ସହ ସତର୍କ ଏବଂ ସଚେତନ ରହିବା ଉଚିତ୍ । ଆପଣଙ୍କ ଦ୍ୱାରା ହୋଇଥିବା ଏକ ଛୋଟ ଭୁଲ ମଧ୍ୟ ସାଇବର କ୍ରିମିନାଲ ପାଇଁ ବଡ଼ ସୁଯୋଗ ହୋଇପାରେ । ତେବେ ସେକ୍ସୋଟର୍ସନରୁ ନିଜକୁ ରକ୍ଷା କରିବା ପାଇଁ ହେଲେ, ଅଜଣା ନମ୍ବରରୁ ଆସିଥିବା ଭିଡିଓ କଲ ରିସିଭ କରନ୍ତୁ ନାହିଁ । ଏହାପରେ ମଧ୍ୟ ଯଦି ଆପଣ କୌଣସି ଭିଡିଓ କଲ ରିସିଭ କରି ଦେଇଛନ୍ତି, ଏବଂ କ୍ରିମିନାଲ ଆପଣଙ୍କର ଏକ ମର୍ଫ ଭିଡିଓ ପ୍ରସ୍ତୁତ କରି ଆପଣଙ୍କ ପାଖକୁ ପଠାଇଛି । ତେବେ ମଧ୍ୟ ଆପଣ ନିର୍ଭୟ ରୁହନ୍ତୁ । କୌଣସି କଥାରେ ଭୟଭୀତ ନ ହୋଇ ପୋଲିସକୁ ଏ ସମ୍ପର୍କରେ ଜଣାନ୍ତୁ । କିନ୍ତୁ ସ୍କାମର୍ସଙ୍କୁ ଟଭ୍କା ଟ୍ରଆନ୍ସଫର କରନ୍ତୁ ନାହିଁ । ସମସ୍ତ ଘଟଣା ସମ୍ପର୍କରେ ପୋଲିସକୁ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତୁ । ଏହାସହିତ ଏଭଳି ଏକ ଘଟଣାର ମାମଲା ରୁଜୁ କରିବା ସହିତ ପୋଲିସ ସହିତ ଲଗାତାର କଣ୍ଟାକ୍ଟରେ ରୁହନ୍ତୁ । ଏଭଳି ଭାବରେ ସେକ୍ସୋଟର୍ସନ ଭଳି ମାମଲାରୁ ନିଜକୁ ରକ୍ଷା କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.3 ° C
    23.3 °
    23.3 °
    98 %
    2.1kmh
    84 %
    Sat
    23 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ