Monday, September 28, 2026
24.7 C
Odisha

    ଶାମି ଛାଡିବେ କ୍ରିକେଟ ପଡ଼ିଆ, ନିର୍ବାଚନ ମଇଦାନକୁ ଆସିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ଶାମିଙ୍କୁ ବିଜେପି ଏବେ ନିର୍ବାଚନ ମଇଦାନକୁ ଆଣିବାର ଯୋଜନା କରୁଛି। ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି।
    କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶାମିଙ୍କ ସହ ବିଜେପି ଆଲୋଚନା କରି ସାରିଛି। ଏବେ ଶାମି ବିଜେପିରେ ଯୋଗଦେବା ନେଇ ନିଜର ସହମତି କେବେ ପ୍ରକାଶ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଶାମିଙ୍କୁ ରାଜ୍ୟର ସଂଖ୍ୟାଲଘୁ ଆସନରେ ଟିକେଟ ଦେବାକୁ ଯୋଜନା ଚାଲଛି।
    ରାଜ୍ୟର ବଶିରହାଟ ଲୋସଭା ଆସନରୁ ଶାମିଙ୍କୁ ଟିକେଟ ଦିଆଯିବାର ଯୋଜନା ରହିଥିବା କୁହାଯାଉଛି। ଶାମିଙ୍କୁ ଟିକେଟ ଦେଇ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। କାରଣ ଶାମି ସମ୍ପ୍ରତି ଭାରତୀୟ କ୍ରିକେଟର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ବ। ସେ ଲୋଭସଭା ନିର୍ବାଚନରେ ସଫଳତା ହାସଲ କରିବାର ଯଥେଣ୍ଟ ଆଶା ରହିଛି। କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନେବା ଏବେ ଶାମିଙ୍କ ହାତରେ ରହିଛି। ସେ ସହମତି ପ୍ରକାଶ କଲେ ବିଜେପି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ