Wednesday, September 23, 2026
23.7 C
Odisha

    ଅଜିତ ପାୱାରଙ୍କ ଦଳକୁ ଅସଲ ଏନସିପି ସ୍ବୀକୃତି ମିଳିବା ପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ଶରଦ ପାୱାର୍‌

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ବଡ଼ ଝଟକା ଲାଗିଛି। ନିକଟ ଅତୀତରେ ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେଇଛନ୍ତି ନିର୍ବାଚନ ଆୟୋଗ। କମିସନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଓ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ। ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶରଦ ପାୱାର।ଜାତୀୟତାବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର ଆଜି ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଏନସିପି ଭାବରେ ସ୍ୱୀକୃତି ପ୍ରଧାନ କରିଥିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିଛନ୍ତି।ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେବା ସହ ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ ବୋଲି ପ୍ରକାଶ କରିଥିଲେ। ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ ଆୟୋଗ।

    ନିର୍ବାଚନ ଆୟୋଗ କହିଛନ୍ତି କି, ‘‘ ଅଜିତ ପାୱାର ଗୋଷ୍ଠୀ ପାଖରେ ଏନସିପିର ସଙ୍ଗଠନାତ୍ମକ ବହୁମତ ରହିଛି । ଶରଦ ପାୱାର ଗୋଷ୍ଠୀ ଏଥିରେ ଅସଫଳ ହୋଇଛି।’’ ଗତବର୍ଷ ଅଜିତ ପାୱାର ଏନସିପିକୁ ଭାଙ୍ଗି ନିଜ ଗୋଷ୍ଠୀ ଗଠନ କରି ବିଜେପି-ଶିବସେନା (ସିନ୍ଧେ ଗୋଷ୍ଠୀ) ସରକାରରେ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    98 %
    2.4kmh
    100 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ