Monday, September 21, 2026
27.3 C
Odisha

    କର୍ଣ୍ଣାଟକରେ ‘ଅପରେସନ ଲୋଟସ’ ଚଳେଇଛି ବିଜେପି: ସିଦ୍ଧରମୟା

    ଆଗକୁ ପଢନ୍ତୁ

    ବେଙ୍ଗାଲୁର: ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସେ ଅଭିଯୋଗ କରିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ରାଜ୍ୟରେ ‘ଅପରେସନ୍ ଲୋଟସ୍’ କରିବାକୁ ବିଜେପି ଚେଷ୍ଟା କରୁଛି। ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦାବି କରିଛନ୍ତି ଯେ ଦଳ ବଦଳାଇବା ପାଇଁ  କଂଗ୍ରେସର ବିଧାୟକମାନଙ୍କୁ ବିଜେପି ୫୦ କୋଟି ଟଙ୍କା ପ୍ରଦାନ କରୁଥିଲା।ସିଦ୍ଧରମୟାଙ୍କୁ ଯେତେବେଳେ ପଚରାଗଲା କି ଯଦି ଲୋକସଭା ନିର୍ବାଚନରେ କଂଗ୍ରେସ ହାରିଯାଉଛି ତ ଦଳ ଭାଙ୍ଗିଯିବ କି, ତାହାର ପ୍ରତିକ୍ରିୟା ଦେଇ ସେ କର୍ଣ୍ଣାଟକରେ ଯଦି ବିରାଟ ପୁରୁଣା ଦଳ ଲୋକସଭା ନିର୍ବାଚନରେ ​​ହାରିଯାଏ ତେବେ ତାଙ୍କ ଅଧୀନରେ ଥିବା କଂଗ୍ରେସ ଦଳ ଭାଙ୍ଗିବ ନାହିଁ ବୋଲି ସେ ନିଜର ଆତ୍ମ ବିଶ୍ବାସ ପ୍ରକଟ କରିଛନ୍ତି।
    ସିଦ୍ଧରମୟା ଇଣ୍ଡିଆ ଟୁଡେ ଟିଭିକୁ ଆହୁରି ବି କହିଛନ୍ତି କି, “ସେମାନେ ବର୍ଷ ବର୍ଷ ଧରି ଆମ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆମ ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେମାନେ ଚେଷ୍ଟା କରିଥିଲେ ଏବଂ ବିଫଳ ହୋଇଥିଲେ।”
    ସେ ନିଜ ଦଳର ସଦସ୍ୟମାନଙ୍କ ଉପରେ ଆସ୍ଥା ପ୍ରକଟ କରି କହିଛନ୍ତି, ‘‘କୌଣସି ପରିସ୍ଥିତିରେ ବି ସମ୍ଭବ ନୁହେଁ। ଆମର ବିଧାୟକମାନେ ଦଳ ଛାଡ଼ି ଯିବେନାହିଁ। ଗୋଟିଏ ବି ବିଧାୟକ ଦଳ ଛାଡିବେ ନାହିଁ”।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.3 ° C
    27.3 °
    27.3 °
    85 %
    1.5kmh
    96 %
    Mon
    27 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ