Monday, October 5, 2026
29.8 C
Odisha

    ପାରଦ ତଳ ମୁଁହା: ଦିନରେ ଖରା, ରାତିରେ ନିଆଁ ଭରସା

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହେବା ସହ ଦିନକୁ ଦିନ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଛି। ଗତ ସପ୍ତାହେ ହେଲା ସହରର ତାପମାତ୍ରା ନିମ୍ନମୁଖୀ ହେବାରେ ଲାଗିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ଆରମ୍ଭ ହେବାରେ ଲାଗୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ।ହାତ ଗୋଡ଼ କାଲ ମାରିଯାଉଛି।ଦିନରେ ଖରା ଏବଂ ରାତିରେ ନିଆଁ ଭରସା ରେ ସ୍ଥାନୀୟ ଅଞ୍ଚଳବାସୀ ରହୁଥିବା ଦେଖୁବାକୁ ମିଳୁଛି। ଅନ୍ୟପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ବିଶ୍ରାମ ଗୃହ ନଥିବାଯୋଗୁଁ ରାତିରେ ଏବଂ ଭୋରରୁ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଥଣ୍ଡା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ୪୪ବର୍ଷର ଏନଏସି ଅଥଚ ସହରର ମଧ୍ୟରେ ଗୋଟିଏ ମଧ୍ୟ ଯାତ୍ରୀ ବିଶ୍ରାମ ଗୃହ ନାହିଁ। ବିଶେଷ କରି ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଯାତ୍ରୀ ମାନେ ଆଶ୍ରୟ ନେଇପାରିବେ। ସଞ୍ଜ ନଇଁଲେ ଲୋକ ନିଆଁ ଜାଳି ବିଭିନ୍ନ ସ୍ଥାନରେ ବସୁଥିବା ବେଳେ ଭୋରରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚା’ ଦୋକାନଗୁଡ଼ିକରେ ନିଆଁ ଜାଳି ଉତ୍ତାପରେ ନିଜନିଜ ଶରୀରକୁ ଉଷୁମ କରିବା ସହ ଚାହା ପିଇ ଖଟି କରି ମଜା ନେଉଛନ୍ତି କିଛି ଲୋକ। ଅନ୍ୟପକ୍ଷରେ କୁହୁଡି ଯୋଗୁଁ ରାସ୍ତାରେ ଜାତୟତରେ ସମସ୍ୟା ସୃଷ୍ଟି ହେଉଛି। ଗତକାଲି ୬.୮ଡିଗ୍ରି ତାପମାତ୍ରା ଥିବା ବେଳେ ଆଜି ୬.୨ଡିଗ୍ରିକୁ ଖସି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ସପ୍ତାହେ ହେଲା ସ୍ଥାନୀୟ ସହରର ତାପମାତ୍ରା ଖସିବା ସହ ଶୀତ ବଢ଼ିବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ