Wednesday, September 16, 2026
24.5 C
Odisha

    ଟ୍ୟାପବାଲୀ ଦିଦି’ ବୋଲି ସମ୍ୱୋଧନ କରି ଲେଖାଶ୍ରୀ ଓ ନବୀନ ପଟ୍ଟନାୟକଙ୍କ ଉପରେ ମନଇଚ୍ଛା ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

    ଆଗକୁ ପଢନ୍ତୁ

    ଲେଖାଶ୍ରୀ ସାମନ୍ତସିଂହାରଙ୍କ ଧଜିଆ ଉଡାଇଲେ ପ୍ରତାପ ନନା। ସେ ପ୍ରଥମେ ଲେଖାଶ୍ରୀଙ୍କ ଅଡିଓ ଟ୍ୟାପ୍‌ ବଜାଇଲେ। ତା’ପରେ ଥଟାରେ ‘ଟ୍ୟାପବାଲୀ ଦିଦି’ ବୋଲି ସମ୍ୱୋଧନ କରି ଲେଖାଶ୍ରୀ ଓ ନବୀନ ପଟ୍ଟନାୟକଙ୍କ ଉପରେ ମନଇଚ୍ଛା ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆଉ ତାଙ୍କୁ ୩ଟି ପ୍ରଶ୍ନ ପଚାରିଲେ।

    ବାଲେଶ୍ୱର କୁରୁଡା ହାଟ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ସ୍ମୃତି ଇରାନୀ କହିଛନ୍ତି, ନବୀନବାବୁ ୩୨ ହଜାର କୋଟି ଚିଟ୍‌ଫଣ୍ଡ ଦୁର୍ନୀତି କରିଛନ୍ତି। ଟ୍ୟାପ୍‌ବାଲୀ ଦିଦି ସେ ଟଙ୍କା କୁଆଡ଼େ ଗଲା? ଟ୍ୟାପବାଲୀ ଦିଦିଙ୍କୁ ମୋର ପ୍ରଶ୍ନ, ନବୀନବାବୁ ୬୦ ହଜାର କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଦୁର୍ନୀତି କରିଛନ୍ତି। ଦିଦି ସେହି ଟଙ୍କା କୁଆଡ଼େ ଗଲା? ଟ୍ୟାପବାଲୀ ଦିଦିଙ୍କ ପାଖରେ ଯଦି ମୋ କଥା ପହଞ୍ଚୁଛି, ତାହାହେଲେ କୁହନ୍ତୁ, ରତ୍ନଭଣ୍ଡାର ଚାବି କେଉଁଠି? ମହାପ୍ରଭୁଙ୍କ ଚାବି ହଜିଲା। ଚାବି ପାଇଁ ବସିଥିବା କମଶିନ ରିପୋର୍ଟ ମଧ୍ୟ ହଜିଗଲା। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି, ୧ ତାରିଖରେ ବିଜେପିକୁ ଭୋଟ୍‌ ଦିଅନ୍ତୁ। ଚାବି କେଉଁଠି ଗଲା, ତାହାର ରାଜ ଖୋଲନ୍ତୁ। ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ଖୋଜାଯିବ। ତଦନ୍ତ ହେବ। ରତ୍ନଭଣ୍ଡାର ମାମଲାରେ ଯିଏ ସଂପୃକ୍ତି ଥିବ, କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ମୃତି କହିଛନ୍ତି।

    ସେ ଆହୁରି କହିଛନ୍ତି, ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଲକ୍ଷେ ୭ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ନରେନ୍ଦ୍ର ମୋଦି ସରକାରଙ୍କ କିସାନ୍‌ ନିଧି ସମ୍ମାନ ଯୋଜନାରେ ପ୍ରତିବର୍ଷ ୬ ହଜାର ଟଙ୍କା ଲେଖାଏଁ ଜମା କରୁଛନ୍ତି। ହେଲେ ବିଜେଡି ସରକାର ଏତେ ନିକମ୍ମା ସରକାର ଚାଷୀଙ୍କୁ ସରଞ୍ଜାମ ଦେଇପାରୁନି। ଆଜି ଏଠାରେ ମୁଁ କାହିଁକି ବିଜେଡିର ପୋଲ୍‌ ଖୋଲିବି? ଲେଖାଦିଦି ଖୋଦ୍‌ ବିଜେଡି ପୋଲ୍‌ ଖୋଲୁଛନ୍ତି। ପ୍ରତାପ ଭାଇ ଟ୍ୟାପ୍ ବଜାଇଲେ। ସେ(ଲେଖାଶ୍ରୀ) ବିଜେଡିରେ ଥିଲେ। ବିଜେପିକୁ ଆସିଲେ, ଏବେ ପୁଣି ବିଜେଡିକୁ ଗଲେ। ଯାହାର ନିଜର ଠିକଣା ନାହିଁ, ସିଏ ଆପଣଙ୍କ ପାଇଁ କ’ଣ ବୁଝିବେ ବୋଲି ସ୍ମୃତି ଇରାନୀ କହିଛନ୍ତି।

    ସ୍ମୃତି ଇରାନୀ କହିଛନ୍ତି, ଦୁଇ କୋଟିରୁ ଅଧିକ ନାଗରୀକଙ୍କ ଜନଧନ ଆକାଉଣ୍ଟ ଖୋଲିବା ବ୍ୟକ୍ତିଙ୍କ ନାଁ ହେଉଛି ନରେନ୍ଦ୍ର ଦାମୋଦର ଦାସ ମୋଦି। ବାଲେଶ୍ୱର-ବାରିପଦା-ଝାରପୋଖରୀଆ ଏନ୍‌ଏଚ୍‌ ୧୮ର ଚାରି ଲେନ୍‌, ବନ୍ଦେ ଭାରତର ଏକ୍ସପ୍ରେସ୍‌ ସହିତ ଯୋଡ଼ି ହେବା, ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ବାଲେଶ୍ୱର ରେଳ ଷ୍ଟେସନ୍‌ର ବିକାଶ କାମ କରିଥିବା ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଆଜି ମୁଁ ପଚାରିବାକୁ ଚାହୁଁଛି, କେତେ ଲୋକ କରୋନା ଇଞ୍ଜେକ୍‌ସନ୍‌ ନେଇଛନ୍ତି? ଯଦି ମୋଦି କରୋନା ଟିକା ମାଗଣା କରିନଥାଆନ୍ତେ, ତାହା ହେଲେ କ’ଣ ଗରିବଙ୍କ ଜୀବନ ବଞ୍ଚି ପାରିଥାଆନ୍ତା? କରୋନା ସମୟଠାରୁ ଆଜି ପର୍ଯ୍ୟନ୍ତ ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି। ହେଲେ ଲେଖାଦିଦି କହୁଛନ୍ତି, ନବୀନବାବୁ ଗରିବଙ୍କୁ ଧୋକ୍କା ଦେଇଛନ୍ତି। ରାସନ୍‌ ଦେବେ ମୋଦି ଓ ଫଟୋ ଲଗାଇବେ ନବୀନ। ରାସନ୍ ଦେବେ ମୋଦି ଓ ବ୍ୟାଗ ଦେବେ ତାମିଲନାଡୁର ଠିକାଦାର ବୋଲି ସ୍ମୃତି ଇରାନୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ