Thursday, December 26, 2024
20.3 C
Odisha

    ସଂଜୁଙ୍କ ଶତକ ପରେ ସ୍ପିନ୍‌ ଯାଦୁ: ବିଜୟରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ଡର୍ବାନ୍‌: ପ୍ରଥମ ଭାରତୀୟ ଭାବେ ସଂଜୁ ସାମସନ୍‌ କ୍ରମାଗତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ସ୍ପିନ୍‌ରଙ୍କ କମାଲ କାରଣରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସଂଜୁ ୫୦ ବଲ୍‌ରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ଭାରତ ୨୦୨ ରନ୍ ସ୍କୋର୍ କରିବା ପରେ ଐଦେନ ମାରକ୍ରମଙ୍କ ଦଳ ୧୪୧ ରନ୍‌ରେ ସମସ୍ତ ୱିକେଟ ହରାଇଦେଇଥିଲା। ଏଥି ସହ ୪ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ରବିବାର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇ ଆମନ୍ତ୍ରିତ ଭାରତ ପାଇଁ ସଂଜୁ ସାମସନ୍ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ। ଅଭିଷେକ ୮ ବଲ୍‌ରୁ ୭ ରନ୍ ସଂଗ୍ରହ କରି ବିଦାୟ ନେଇଥିଲେ। ସଂଜୁ କିନ୍ତୁ ଘରୋଇ ବୋଲରଙ୍କୁ ଧୂଲେଇ କରି ୨୭ ବଲ୍‌ରୁ ୫୦ ଓ ୪୭ ବଲ୍‌ରୁ ୧୦୦ ଅତିକ୍ରମ କରିଯାଇଥିଲେ। ଏହି ପାଳିରେ ସଂଜୁ ୧୦ ଛକା ଓ ୭ ଚୌକା ମାରିଥିଲେ। ଗତ ମାସରେ ବାଂଲାଦେଶ ବିପକ୍ଷ ତୃତୀୟ ‌ଟ୍ବେଣ୍ଟି-୨୦ରେ ଶତକ (୪୭ ବଲ୍‌ରୁ ୧୧୧) ହାସଲ କରିଥିବା ସଂଜୁ ଶୁକ୍ରବାର ୫୦ ବଲ୍‌ରୁ ୧୦୭ ରନ୍ ସଂଗ୍ରହ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଭାରତର ପ୍ରଥମ କିନ୍ତୁ ବିଶ୍ବର ଚତୁର୍ଥ ବ୍ୟାଟର୍ ଭାବେ କ୍ରମାଗତ ଟ୍ବେଣ୍ଟି-୨୦ ଶତକ ଅର୍ଜନ କରିଥିଲେ। ସଂଜୁଙ୍କ ସହ ମଧ୍ୟକ୍ରମରେ ସୂର୍ଯ୍ୟକୁମାର (୧୭ ବଲ୍‌ରୁ ୨୧ ରନ୍) ଓ ତିଳକ ବର୍ମା (୧୮ ବଲ୍‌ରୁ ୩୩ ରନ୍) ଦୁଇଟି ଭଲ ଭାଗୀଦାରି କରିଥିଲେ। ପ୍ରଥମ ୬ ଓଭରରେ ଭାରତ ୫୬ ରନ୍ ଉଠାଇଥିଲା। କିନ୍ତୁ ଶେଷ ୬ ଓଭରରେ ୬ ୱିକେଟ୍ ହରାଇବାରୁ ମାତ୍ର ୪୦ ରନ୍ ଯୋଡ଼ିପାରିଥିଲା। ଏହି ସମୟରେ ହାର୍ଦିକ ପାଣ୍ଡ୍ୟା (୨), ରିଙ୍କୁ ସିଂହ (୧୧), ଅକ୍ଷର ପଟେଲ୍ (୭) ବିଫଳ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଏତ୍‌ଜେ ସଫଳ ବୋଲର ଭାବେ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ।

    ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୦୨/୮ (ସଂଜୁ ସାମ୍‌ସନ୍‌-୧୦୭, ତିଳକ ବର୍ମା-୩୩, ସୂର୍ଯ୍ୟକୁମାର ୟାଦବ-୨୧, ଗେରାଲ୍ଡ କୋଏତଜେ-୩/୩୭, ମାର୍କୋ ୟାନ୍‌ସେନ୍‌-୧/୨୪, କେଶବ ମହାରାଜ-୧/୩୪, ପ୍ୟାଟ୍ରିକ୍ କ୍ରୁଜର-୧/୩୫, ଏନ୍‌ବାୟୋମଜୀ ପିଟର୍‌-୧/୩୫)। ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧/୧୦ (ହେନରିକ୍ କ୍ଲାସେଁ-୨୫, ଗେରାଲ୍ଡ କୋଏତଜେ-୨୩, ରିୟାନ୍ ରିକେଲଟନ୍‌-୨୧, ବରୁଣ ଚକ୍ରବର୍ତ୍ତୀ-୩/୨୫, ରବି ବିଷ୍ଣୋଇ-୩/୨୮, ‌ଅୱେସ୍ ଖାନ୍-୨/୨୮, ଅର୍ଶଦୀପ ସିଂହ-୧/୨୫)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.3 ° C
    20.3 °
    20.3 °
    91 %
    1.6kmh
    42 %
    Thu
    20 °
    Fri
    27 °
    Sat
    29 °
    Sun
    28 °
    Mon
    28 °

    ସମ୍ବନ୍ଧିତ