Saturday, October 3, 2026
23.8 C
Odisha

    ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । ଆସନ ବୁଝାମଣା ନେଇ ଆଲୋଚନା ହୋଇଥିବା ସୂଚନା

    ଆଗକୁ ପଢନ୍ତୁ

    ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ତିନି ଦିନ ଧରି ଦିଲ୍ଲୀରେ ଥିବା ରାଜ୍ୟ ବିଜେପି ନେତୃତ୍ୱ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଆସନ ବୁଝାମଣା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ନିଷ୍ପତି ଆସିପାରେ । ଏବେ ସଭିଁଙ୍କ ନଜର ଶୀର୍ଷ ନେତୃତ୍ୱଙ୍କ ଉପରେ ରହିଛି । ଆସନ୍ତା ନିର୍ବାଚନରେ ଦଳ ଏକାକୀ ଲଢିବ ନା ବିଜେଡି ସହ ମେଣ୍ଟ କରି ମୈଦାନକୁ ଓହ୍ଲାଇବ, ଏନେଇ ଚୂଡାନ୍ତ ନିଷ୍ପତି ନେବେ ଦଳର ଶୀର୍ଷ ନେତା । ଏହା ପୂର୍ବରୁ ଗତ ଦୁଇ ଦିନ ହେବ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ପ୍ରମୁଖ ନେତା ମାନେ ସାମିଲ ହୋଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯାଇଛି । ସେପଟେ ମେଣ୍ଟ ଘୋଷଣା ଯେତିକି ବିଳମ୍ବ ହେଉଛି, ସେହି ପରିମାଣରେ ବଢ଼ିଚାଲିଛି ଆକଳନ ଓ ଅନୁମାନ । ଉଭୟ ବିଜେପି-ବିଜେଡିର ଶୀର୍ଷ ନେତୃତ୍ୱ ମେଣ୍ଟ ନେଇ ଏପର୍ଯ୍ୟନ୍ତ ପଦଟିଏ କହୁନାହାନ୍ତି । ସୋସିଆଲ୍ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଜୋର ଧରିବାରେ ଲାଗିଛି । କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରରେ ବି ଏହି ଆଲୋଚନା ଚାଲିଛି । ଲୋକସଭା ପାଇଁ ୧୩ ଅନୁପାତ ୮ କିମ୍ବା ୧୪ ଅନୁପାତ ୭କୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି । ଅର୍ଥାତ ବିଜେପି ୧୩ କିମ୍ବା ୧୪ ଲୋକସଭା ଆସନରେ ଲଢ଼ିପାରେ, ଆଉ ବିଜେଡି ୭ କିମ୍ବା ୮ ଆସନରେ ପ୍ରାର୍ଥୀ ଦେଇପାରେ । ସେହିପରି ବିଧାନସଭାରେ ବିଜେପି ଭାଗରେ ୫୬ କିମ୍ବା ୪୯ ଆସନ ପଡିବାକୁ ଥିବା ବେଳେ ବିଜେଡି ୯୧ କିମ୍ବା ୯୮ ଆସନରେ ଲଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ