Friday, October 18, 2024
30.6 C
Odisha

    କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଙ୍କ ଆଶୀର୍ବାଦ ନେଲେ ରାଜ୍ୟ ବିଜେପି ସଭାପତି

    ଆଗକୁ ପଢନ୍ତୁ

    କଟକ : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ଦଶମୀ ତିଥିରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ମା’ ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ସମୃଦ୍ଧି ଏବଂ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଥିଲେ । ଶ୍ରୀ ସାମଲ ମଣ୍ଡପରେ ପହଞ୍ଚିବା ପରେ ସ୍ଥାନୀୟ ମୂରବୀ ଓ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ତାଙ୍କୁ ସ୍ଵାଗତ କରିଥିଲେ ।

    ବିଭିନ୍ନ ମଣ୍ଡପ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନଗର ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ନୟନ କିଶୋର ମହାନ୍ତି, ଦଳୀୟ କର୍ମ କର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ସାମଲ କଟକ ସହରର ନୂଆପଡ଼ା, ବିଦ୍ୟାଧରପୁର, କହ୍ନେଇ ପୁର, ଷ୍ଟେସନ ବଜାର, ମାଲଗୋଦାମ, ପ୍ରଫେସର୍ ପଡା, ଥୋରିଆ ସାହି, ଆଦି 30 ଟି ମଣ୍ଡପ ବୁଲି ଦେଖିଥିଲେ । କଟକ ସହର ଏକ ଭାଇ ଚାରା ଓ ସଂସ୍କୃତି ପୂର୍ଣ୍ଣ ସହର ।

    ଏହି ସହରରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଳିମିଶି ପର୍ବ ପର୍ବାଣୀ ପାଳନ କରନ୍ତି । ଏହି ପର୍ବ ପର୍ବାଣୀ ମଧ୍ୟରୁ ଶାରଦୀୟ ଦୁର୍ଗାପୂଜା କଟକର ଏକ ମହାନ୍ ପର୍ବ । ଯାହାକି ଓଡ଼ିଶା ପାଇଁ ପଥ ପ୍ରଦର୍ଶକ ହୋଇଥାଏ । କଟକର ଦୁର୍ଗା ପୂଜା ନିଆରା, ଏହା ସହିତ କାହାକୁ ତୁଳନା କରାଯାଏ ନାହିଁ ବୋଲି ଶ୍ରୀ ସାମଲ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ