Thursday, September 17, 2026
24.8 C
Odisha

    ବର୍ଷା ଦିନେ ଏସିରୁ ଟପଟପ୍ ହୋଇ ଗଳୁଛି କି ପାଣି, ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ଗରମ ଦିନ ପରେ ବର୍ଷା ଋତୁ ନିଶ୍ଚୟ ଆଶ୍ୱସ୍ତି ଦେଇଥାଏ, ମାତ୍ର ଏହି ସମୟରେ ଅନେକଙ୍କ ଘରେ ଏସିରୁ ପାଣି ଲିକ୍ ହେବା ବା ଟପଟପ୍ ହୋଇ ପାଣି ଗଳିବା ସମସ୍ୟା ଦେଖାଦିଏ । କେତେବେଳେ ଦିନରେ ତ କେତେବେଳେ ରାତିରେ ହଠାତ୍ ଏସିରୁ ପାଣି ପଡ଼ିବା ଦ୍ୱାରା ଘରର ଚଟାଣ ଓଦା ହେବା ସହ କାନ୍ଥ ମଧ୍ୟ ଖରାପ ହୋଇଥାଏ । ଯଦି ଆପଣଙ୍କ ଏସିରୁ ମଧ୍ୟ ପାଣି ଗଳୁଛି, ତେବେ ଏହା ପଛରେ କିଛି ସାଧାରଣ କାରଣ ଥାଇପାରେ, ଯାହାକୁ ସମୟ ଥାଉ ଥାଉ ସହଜରେ ଠିକ୍ କରାଯାଇପାରିବ ।

    ଡ୍ରେନ୍ ପାଇପ୍ ବ୍ଲକ୍ ହେବା : ଏସି ରୁମ୍ ଭିତରର ପବନରୁ ଆଦ୍ରତା ବା ତାତି ବାହାର କରି ତାକୁ ପାଣିରେ ପରିଣତ କରିଥାଏ । ଏହି ପାଣି ଏକ ଡ୍ରେନ୍ ପାଇପ୍ ସାହାଯ୍ୟରେ ବାହାରକୁ ଚାଲିଯାଏ । ମାତ୍ର ବର୍ଷା ଦିନେ ଧୂଳି, ମଳି ଏବଂ ଅଳିଆ ଜମିବା ଯୋଗୁଁ ଏହି ପାଇପ୍ ବ୍ଲକ୍ ହୋଇଯାଏ । ଫଳରେ ପାଣି ବାହାରକୁ ନଯାଇ ଇନଡୋର ୟୁନିଟ୍‌ରୁ ରୁମ୍ ଭିତରକୁ ଟପକିବାକୁ ଲାଗେ ।

    ଏହି ସମସ୍ୟା ପାଇଁ ପ୍ରଥମେ ଡ୍ରେନ୍ ପାଇପ୍‌ର ବାହାର ପାଖକୁ ଯାଞ୍ଚ କରନ୍ତୁ । ଯଦି ସାମାନ୍ୟ ଅଳିଆ ଥିବ, ତେବେ ବ୍ୟାକୁମ୍ କ୍ଲିନର୍ ସାହାଯ୍ୟରେ କିମ୍ବା ସାବଧାନତାର ସହ ପାଇପ୍ ଭିତରକୁ ପବନ ମାରି ତାକୁ ସଫା କରାଯାଇପାରିବ । ଯଦି ଅଧିକ ମଇଳା ଥିବ, ତେବେ ଏସି ସର୍ଭିସ୍ ଇଞ୍ଜିନିୟରଙ୍କୁ ଡାକି ପ୍ରେସର ୱାଶ୍ କରାଇବା ଭଲ ।

    ଏୟାର ଫିଲ୍ଟର୍ ଅପରିଷ୍କାର ହେବା : ଯଦି ଦୀର୍ଘ ଦିନ ଧରି ଏସିର ଫିଲ୍ଟର୍ ସଫା କରାଯାଇ ନଥାଏ, ତେବେ ତାହା ଉପରେ ଧୂଳିର ଏକ ମୋଟା ଆସ୍ତରଣ ଜମିଯାଏ । ଏହା ଦ୍ୱାରା ପବନର ଚଳାଚଳ କମିଯାଏ ଏବଂ ଏସିର କୋଇଲ୍ ଉପରେ ବରଫ ଜମିବାକୁ ଲାଗେ । ଯେତେବେଳେ ସେହି ବରଫ ତରଳିଥାଏ, ଏସିରୁ ପାଣି ଲିକ୍ ହୁଏ ।

    ଏହି ସମସ୍ୟାକୁ ଆପଣ ଘରେ ହିଁ ଠିକ୍ କରିପାରିବେ । ଏସିର ସାମ୍ନା ପ୍ୟାନେଲ୍ ଖୋଲନ୍ତୁ, ଏୟାର ଫିଲ୍ଟର୍ ବାହାର କରି ସଫା ପାଣିରେ ଧୋଇ ଦିଅନ୍ତୁ । ଫିଲ୍ଟର୍ ସମ୍ପୂର୍ଣ୍ଣ ଶୁଖିଯିବା ପରେ ତାକୁ ପୁଣି ଥରେ ଲଗାଇ ଦିଅନ୍ତୁ । ବର୍ଷା ଦିନେ ପ୍ରତି ୧୫ ଦିନରେ ଥରେ ଫିଲ୍ଟର୍ ସଫା କରିବା ଉଚିତ ।

    ଭୁଲ୍ ଇନଷ୍ଟଲେସନ୍ : ଯଦି ଏସି ନୂଆ ଲଗାଯାଇଛି କିମ୍ବା ନିକଟରେ ଅନ୍ୟ ସ୍ଥାନକୁ ସିଫ୍ଟ କରାଯାଇଛି, ତେବେ ଇନଷ୍ଟଲେସନ୍‌ରେ ଭୁଲ୍ ରହିଲେ ମଧ୍ୟ ପାଣି ଗଳିଥାଏ । ଏସିର ଇନଡୋର ୟୁନିଟ୍ ସାମାନ୍ୟ ଡ୍ରେନ୍ ପାଇପ୍ ଆଡ଼କୁ ଢଳି ରହିବା ଦରକାର । ଯଦି ଏସି ସିଧା ଲାଗିଥିବ କିମ୍ବା ଓଲଟା ଦିଗକୁ ଢଳିଥିବ, ତେବେ ପାଣି ଟ୍ରେ ଭର୍ତ୍ତି ହୋଇ ବାହାରକୁ ପଡ଼ିବ ।

    ଏଭଳି ସ୍ଥିତିରେ ଜଣେ ପ୍ରଫେସନାଲ୍ ଟେକ୍ନିସିଆନ୍‌ଙ୍କୁ ଡାକି ଏସିର ଆଲାଇନମେଣ୍ଟ ଠିକ୍ କରାଇବା ଆବଶ୍ୟକ ।

    ବର୍ଷା ଦିନ ପାଇଁ ସ୍ପେଶାଲ୍ ଟିପ୍ସ  :- ବର୍ଷା ଦିନେ ପବନରେ ଆଦ୍ରତା ବା ଓଦାଳିଆ ଭାବ ଅଧିକ ଥାଏ । ତେଣୁ ଏହି ସମୟରେ ଏସିକୁ ସାଧାରଣ ମୋଡ୍ ବଦଳରେ ଡ୍ରାଏ ମୋଡରେ ଚଲାଇବା ଉଚିତ । ଏହି ମୋଡ୍ ରୁମ୍‌ର ଅତିରିକ୍ତ ଆଦ୍ରତାକୁ କମାଇବା ସହ ଚିପ୍‌ଚିପା ଭାବ ଦୂର କରିଥାଏ ଏବଂ ଏସି ଉପରେ ଅଧିକ ଚାପ ପଡ଼ିବାକୁ ଦିଏନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ