Saturday, September 19, 2026
25.5 C
Odisha

    ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ୍ ରୋଗୀ, ସୁବର୍ଣ୍ଣପୁରେ ସର୍ବନିମ୍ନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏଣେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ୍ ରୋଗୀ ଥିବା ନେଇ ସୂଚନା ଦେଇ ସେ କହିଛନ୍ତି, ଗଞ୍ଜାମରେ ସର୍ବାଧିକ ୨୦ ହଜାର ଏଡସ୍ ରୋଗୀ ରହିଛନ୍ତି । ସୋନପୁରରେ ସର୍ବନିମ୍ନ ୧୫୦ ରୋଗୀ ଅଛନ୍ତି । ସେ ଆହୁରି କହିଛନ୍ତି, ରାଜ୍ୟରେ ହ୍ରାସ ପାଉଛି ଏଡସ୍ ରୋଗୀଙ୍କ ସଂଖ୍ୟା। ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ୫୦ ହଜାର ସକ୍ରିୟ ଏଡସ୍ କେଶ ରହିଛି । ରାଜ୍ୟରେ ଆଉ ବିଶେଷ ରୋଗୀ ଚିହ୍ନଟ ହେଉନାହାନ୍ତି । ୨୦୩୦ ସୁଦ୍ଧା ଆଉ କେହି ଏଡସ୍ ରୋଗରେ ଆକ୍ରାନ୍ତ ନ ହୁଅନ୍ତି, ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବ ସ୍ୱାସ୍ଥ୍ୟ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    1.4kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ