Wednesday, October 7, 2026
22.5 C
Odisha

    ଜାଣନ୍ତୁ କେତେ ସମୟ ସୀମା ମଧ୍ୟରେ କେଉଁ ଖାଦ୍ୟ ଖାଇବେ

    ଆଗକୁ ପଢନ୍ତୁ

    ସୁସ୍ଥ ଶରୀର ପାଇଁ ସଠିକ ଖାଦ୍ୟକୁ ସଠିକ ମାତ୍ରାରେ ଓ ସଠିକ ପ୍ରଣାଳୀରେ ଖାଇବା ଖୁବ ଆବଶ୍ୟକ। ସାଧାରଣତଃ ତେଲ ,ପାଣି, ମସଲାରେ ପ୍ରସ୍ତୁତ ଖାଦ୍ୟ ୨୪ ଘଣ୍ଟାରେ ମଧ୍ୟରେ ଖରାପ ହେବାକୁ ଆରମ୍ଭ ହୋଇଥାଏ। ସେହିଭଳି କିଛି ଏପରି ଖାଦ୍ୟ ପଦାର୍ଥ ରହିଛି,ଯାହାକୁ ଫ୍ରିଜରେ ୨ ଦିନ ପର୍ୟ୍ୟନ୍ତ ରଖାଯାଇଥାଏ। ଜାଣନ୍ତୁ କେତେ ସମୟ ସୀମା ମଧ୍ୟରେ କେଉଁ ଖାଦ୍ୟ ଖାଇବେ। ଘଣ୍ଟା ଘଣ୍ଟା ବିତିବା ପରେ ସେହି ଖାଦ୍ୟ ଖାଇବା ଦ୍ୱାରା ତାହା ବିଷ ସଦୃଶ ହୋଇଥାଏ।
    ସତେଜଫଳ ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ଏହାକୁ କାଟିବା ଦ୍ୱାରା ଲୁହା ସଂସ୍ପର୍ଶରେ ଆସିବା କାରଣରୁ ଏଥିରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହେବା ସହ କଳା ପଡିବାକୁ ଆରମ୍ଭ ହୋଇଥାଏ। ଫଳକୁ କାଟିବା ପରେ ଏହାକୁ ଏକ ଡବା ମଧ୍ୟରେ ରଖି ଫ୍ରିଜରେ ରଖି ଗୋଟିଏ ଦିନ ମଧ୍ୟରେ ଖାଆନ୍ତୁ। ନଚେତ କାଟିବା ପରେ ତୁରନ୍ତ ଖାଆନ୍ତୁ। ଏପରି ନକରିବା ଦ୍ୱାରା ଫଳରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ।
    ଦୋକାନରେ ବିକ୍ରି ହେଉଥିବା ପାଉଁରୁଟି ୫ ରୁ ୬ ଦିନ ମଧ୍ୟରେ ଖାଇବା ଉଚିତ। ଘରେ ପ୍ରସ୍ତୁତ ହେଉଥିବା ରୁଟିକୁ ୨୪ ଘଣ୍ଟା କିମ୍ବା ୨ ଦିନ ମଧ୍ୟରେ ଖାଆନ୍ତୁ। ଅଧିକ ଦିନ ଯାଏଁ ରଖି ଏହାକୁ ଖାଇଲେ ପାଚନ ଉପରେ କୁପ୍ରଭାବ ପଡିବା ସହ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
    ବଳକା ଭାତକୁ ଅନେକ ଲୋକେ ବାରମ୍ବାର ଗରମ କରି ଖାଇ ଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ଚାଉଳରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ। ତେଣୁ ବଳକା ଭାତରେ ପାଣି ଭର୍ତ୍ତିି କରି ପଖାଳ କରି ୨ ଦିନ ପର୍ୟ୍ୟନ୍ତ ଖାଇପାରିବେ।
    ପନିପରିବାକୁ ପୂର୍ବରୁ କାଟି ଫ୍ରିଜରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ପନିପରିବାର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ପ୍ରସ୍ତୁତ କରିବାର କିଛି ସମୟ ପୂର୍ବରୁ ଏହାକୁ କାଟନ୍ତୁ। ସେହିପରି ପିଆଜ,ରସୁଣ ଓ ମସଲାକୁ ବାଟି ପୂର୍ବରୁ ରଖନ୍ତୁ ନାହିଁ।
    ଚିକେନ,ଅଣ୍ଡା ଆଦି ପ୍ରୋଟିନର ଉତ୍ତମ ସ୍ରୋତ। ମାତ୍ର ବାସି ଆମିଷ ତରକାରୀକୁ ୨ୟ ଥର ଗରମ କରି ଖାଆନ୍ତୁ ନାହିଁ। ଏପରି କରିବା ଅନେକ ଲୋକଙ୍କ ଅଭ୍ୟାସ। ଏହା ବଦହଜମି ଓ ପାଚନ ଉପରେ କୁପ୍ରଭାବ ପକାଇବାର ମୁଖ୍ୟ କାରଣ। ଯେଉଁ ଦିନ ଏହା ପ୍ରସ୍ତୁତ କରିବେ ସେହିଦିନ ସେବନ କରନ୍ତୁ।
    ବାସି ଖାଦ୍ୟ ଖାଇବା ଦ୍ୱାରା ବଦହଜମି,ବାନ୍ତି,ପେଟ ଜନିତ ସମସ୍ୟା, ଡାଇରିଆ ଆଦି ହୋଇଥାଏ।
    ଖାଦ୍ୟ ପ୍ରସ୍ତୁତ ହେବା ପରେ ଉଷୁମ ଥିବା ଅବସ୍ଥାରେ ଏହାକୁ ସେବନ କରିବା ସବୁଠାରୁ ଉତ୍ତମ। ଉଷୁମ ଥିବା ଅବସ୍ଥାରେ ଏହାକୁ ଆଦୌ ଫ୍ରିଜରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏଥିରେ ବ୍ୟାକ୍ଟେରିଆ ଦ୍ୱିଗୁଣିତ ହୋଇ ଯାଏ। ସାଧାରଣ ତାପମାତ୍ରାରେ ଆସିବା ପରେ ଏହାକୁ ଫ୍ରିଜରେ ରଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ