Friday, April 26, 2024
42.1 C
Odisha

    ବ୍ରାଉନସୁଗାର ଡିଲ୍ ବେଳେ ଛାତ୍ରକୁ ମାଡିବସିଲା ଏସଟିଏଫ୍

    ଆଗକୁ ପଢନ୍ତୁ

    ବ୍ରାଉନସୁଗର ଡିଲ୍ ବେଳେ କଲେଜ ଛାତ୍ରକୁ ମାଡ଼ି ବସିଲା ଏସଟିଏଫ । ଗିରଫ ଅଭିଯୁକ୍ତ ପୁରୀ ଏସସିଏସ କଲେଜ ପିଜି ପ୍ରଥମ ବର୍ଷର ଛାତ୍ର ସୁଜିତ୍ କୁମାର ମହାନ୍ତି । ନିମପଡ଼ା ପେଟ୍ରୋଲ ପମ୍ପ ନିକଟରେ ଚେକିଂ ବେଳେ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଜଣକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଗିରଫ ଅଭିଯୁକ୍ତ ନିକଟରୁ ପ୍ରାୟ ୧କେଜି ୮୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ମୂଲ୍ୟ ୧କୋଟି ୮ଲକ୍ଷ ଟଙ୍କା ହେବ । ଗିରଫ ପରେ ଅଭିଯୁକ୍ତକୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ କଲେଜ ଛାତ୍ର ହୋଇଥିବା ବେଳେ ତା ନିକଟରୁ ଏତେ ପରିମାଣର ବ୍ରାଉନ ସୁଗର କେଉଁଠୁ ଆସିଲା । ଅନ୍ୟ କେଉଁ ମାନେ ବ୍ରାଉନସୁଗର କାରବାରରେ ସୁଜିତ ସହ ସାମିଲ ରହିଛନ୍ତି ଏନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    14 %
    4.3kmh
    0 %
    Fri
    42 °
    Sat
    42 °
    Sun
    43 °
    Mon
    44 °
    Tue
    45 °

    ସମ୍ବନ୍ଧିତ