Tuesday, September 29, 2026
23.2 C
Odisha

    ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ସାଉଥ ପଟେଲ ନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରଙ୍କ ନାମ ନିଲେଶ ରାଏ ବୟସ ୨୬ବର୍ଷ ।

    ସୂଚନାଯୋଗ୍ୟ, ଗତ ତିନିବର୍ଷ ହେବ ନିଲେଶ ପଟେଲ ନଗରରେ ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ଗତସୋମବାର ଦ୍ବିପହର ସମୟରେ ନିଲେଶ ଚା’ ପିଇ ପିଜିକୁ ଫେରୁଥିଲେ। ଏହି ସମୟରେ ସେ ରହୁଥିବା ଗଳିକୁ ଯାଉଥିବା ବେଳେ ସେଠାରେ ଥିବା ଗେଟ ଟି କୌଣସି କାରଣବଶତଃ  ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ଯାହାକି ନିଲେଶ ଜାଣି ପାରି ନଥିଲେ। ସେ ଗେଟକୁ ଧରି ପକାଇଥିଲେ।  ଫଳରେ ବିଦ୍ୟୁତ ଆଘାତରେ ନିଲେଶ ଶିକାର ହୋଇଯାଇଥିଲେ।  ଯନ୍ତ୍ରଣାରେ ଅନେକ ସମୟ ଧରି ଛଟପଟ ହେବାପରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

    ରଞ୍ଜିତ ନଗର ଥାନା ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ପୁଲିସ ଘଟଣାସ୍ଥଳକୁ ଫରେନ୍ସିକ ଟିମକୁ ଡକାଇଛନ୍ତି। ଫରେନ୍ସିକ ଟିମ ଗେଟରେ ବିଦ୍ୟୁତ କିପରି ଆସିଲା ତାହାକୁ ନେଇ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ପରେ ନିଲେଶଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ