Saturday, September 19, 2026
24.2 C
Odisha

    ୬ ବର୍ଷ ପରେ କଲେଜକୁ ଫେରିବ ଛାତ୍ର ସଂସଦ ନିର୍ବାଚନ! କିଏ କରିବ ବାଜିମାତ? ABVP, BCJD ନା NSUI

    ଆଗକୁ ପଢନ୍ତୁ

    ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି। ଚଳିତ ଶିକ୍ଷାବର୍ଷ କ୍ୟାଲେଣ୍ଡରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ କରିପାରନ୍ତି ସରକାର, ଏନେଇ ବିଭାଗୀୟ ମନ୍ତ୍ରୀଙ୍କ ପାଖରୁ ମିଳିଛି ଗ୍ରୀନ୍ ସିଗନାଲ। ଏହାପରେ କ୍ଲାସରୁମରୁ କ୍ୟାମ୍ପସ, ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ବଢିଲାଣି। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଙ୍ଗଠନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। କିନ୍ତୁ ଏହା ଭିତରେ କ୍ୟାମ୍ପସ କବଜା କରିବାକୁ ଅଙ୍କ କଷୁଛି ଶାସକ ବିଜେପି। ଛାତ୍ର ସଙ୍ଗଠନ ଏବିଭିପି ଜରିଆରେ କ୍ୟାମ୍ପସ ପଲିଟିକ୍ସରେ ଦଳୀୟ ପତିଆରା ଜାହିର କରିବାକୁ ଆରମ୍ଭ କରିଛି ବିଭିନ୍ନ କାର୍ଯ୍ୟକ୍ରମ।

    ଗୋଟିଏ ଦେଶ ଓ ରାଜ୍ୟର ରାଜନୈତିକ ଭବିଷ୍ୟତ ଛାତ୍ରନେତାଙ୍କ ହାତରେ ରହିଥାଏ। ପୂର୍ବରୁ ଅନେକ ଛାତ୍ର ନେତା ରାଜନୈତିକ ସ୍ତରରେ ସଫଳ ହୋଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ୬ ବର୍ଷ ହେବ କ୍ୟାମ୍ପସରୁ ବାହାରୁନାହାନ୍ତି ଛାତ୍ର ନେତା। ତତ୍କାଳୀନ ସରକାର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଦର୍ଶାଇ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ। କିନ୍ତୁ କ୍ୟାମ୍ପସ କମିଟି ନାଁରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିଲା ବିଜେଡି। ଛାତ୍ର ସଂସଦ ନିର୍ବାଚନ ପାଇଁ ବାରମ୍ବାର ଦାବି ଉଠିଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ। ଏବେ ଛାତ୍ର ସଂସଦ ନିର୍ବାଚନ ପାଇଁ ଚର୍ଚ୍ଚା ଭିତରେ ଉଭୟ ଏନଏସୟୁଆଇ ଓ ଛାତ୍ର ବିଜେଡି କ୍ୟାମ୍ପସ ଦଖଲ ପାଇଁ କସରତ ଆରମ୍ଭ କରିଛନ୍ତି।

    ସୂଚନାଯୋଗ୍ୟ ଯେ, ୬ ବର୍ଷ ପରେ କ୍ୟାମ୍ପସକୁ ଫେରୁଛି ରାଜନୀତି। କିନ୍ତୁ କ୍ୟାମ୍ପସ ପଲିଟିକ୍ସରେ କିଏ କରିବ ବାଜିମାତ? ଏବିଭିପି, ବିସିଜେଡି ନା ଏନଏସୟୁଆଇ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    88 %
    0.9kmh
    100 %
    Sat
    30 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ