Monday, September 14, 2026
28.8 C
Odisha

    ଚର୍ଚ୍ଚାରେ ବାପ-ଝିଅଙ୍କ ଯୋଡ଼ି; ଏକାଠି ପାଇଲେ ସରକାରୀ ଚାକିରି

    ଆଗକୁ ପଢନ୍ତୁ

    ସୁଲତାନପୁର: ପାଠପଢ଼ିବା ପାଇଁ କୌଣସି ବୟସ ସୀମା ନିଶ୍ଚିତ ହୋଇନାହିଁ। ପାଠପଢ଼ିବା ପ୍ରତି ଆଗ୍ରହ ଥିଲେ ମଣିଷ ଯେକୌଣସି ବୟସରେ ସଫଳତା ପାଇପାରିବ। ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବାପା ଝିଅ ସହିତ ମିଶି ପାଠପଢ଼ି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବାପା ଓ ଝିଅ ଉଭୟ ସରକାରୀ ଚାକିରି ପାଇ ଯାଇଛନ୍ତି। ଏହି ଖବର ଏବେ ଚର୍ଚ୍ଚାର ପରିସରରେ ରହିଛି।ସରକାରୀ ଚାକିରି ପାଇଥିବା ବାପା ରବୀନ୍ଦ୍ର ତ୍ରିପାଠୀ ଜଣେ ଅବସରପ୍ରାପ୍ତ ସେନାକର୍ମୀ। ଯିଏକି ୨୦୧୯ରେ ସେନାରୁ ଅବସର ନେଇଥିଲେ। ସେନାରୁ ଅବସର ନେବା ପରେ ରବୀନ୍ଦ୍ର ତ୍ରିପାଠୀଙ୍କୁ ଘରେ ଖାଲିଖାଲି ବସିବାକୁ ଭଲ ଲାଗି ନଥିଲା। ତେଣୁ ଘରେ ଯେତେବେ‌ଳେ ଝିଅ ପ୍ରିୟା ତ୍ରିପାଠୀ ପାଠପଢ଼ୁ ଥାଆନ୍ତି ତାଙ୍କ ପାଖରେ ଯାଇ ଉକ୍ତ ପାଠକୁ ପଢ଼ିବା ଆରମ୍ଭ କରିଥିଲେ। ଯେଉଁ ପାଠ ଜାଣି ପାରନ୍ତି ନାହିଁ ସେ ଝିଅକୁ ପଚାରି ବୁଝି ଥାଆନ୍ତି।ଏହାରି ଭିତରେ ବାପ ଓ ଝିଅ ଲକ୍ଷ୍ମୌରେ ରାଜସ୍ବ ଲେଖପାଲ ପରୀକ୍ଷା ଦେଇଥିଲେ। ଉତ୍ତରପ୍ରଦେଶ ଅଧୀନସ୍ତ ସେବା ଚୟନ ଆୟୋଗ ଦ୍ବାରା ଆୟୋଜିତ ଲେଖପାଲ ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଥିଲା। ଏଥିରେ ବାପ ଓ ଝିଅ କମାଲ କରିଥିଲେ। ଦୁହେଁ ଏକାସହିତ ସରକାରୀ ଚାକିରି ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ।

    ରୀବନ୍ଦ୍ର ତ୍ରିପାଠୀ ଏହି ସଫଳତାକୁ ନେଇ କହିଛନ୍ତି, ‘ସେନାରେ ୨୮ବର୍ଷ ଧରି ସେବା ଦେବା ପରେ ୨୦୧୯ରେ ଅବସର ନେଇଥିଲି। ଏହାପ‌ରେ ଝିଅ ପ୍ରିୟା ତ୍ରିପାଠୀ ଓ ପୁଅ ଦିପେନ୍ଦ୍ର ତ୍ରିପାଠୀଙ୍କ ସହିତ ଲକ୍ଷ୍ମୌରେ ବ୍ୟାଙ୍କିଂ ସେକ୍ଟରରେ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲି। ମୁଁ ଝିଅ ସହିତ ଏସବିଆଇ ପିଓର ପ୍ରି ପରୀକ୍ଷା ବି ପାସ କରିଥିଲି। କିନ୍ତୁ ମ୍ୟାନ୍ସରେ ନିରାଶ ହୋଇଯାଇଥିଲି। ୨୦୨୧ରେ ଉତ୍ତରପ୍ରଦେଶ ପୁଲିସର ସବଇନ୍ସପେକ୍ଟର ପଦ ପାଇଁ ମୋର ଚୟନ ହୋଇଥିଲା। ଏବେ ଲେଖପାଲ ଭାବେ ସରକାରୀ ଚାକିରି ପାଇବା ମୋ ପାଇଁ ଗର୍ବର ବିଷୟ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ