Wednesday, June 3, 2026
38.8 C
Odisha

    ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ । ତୃତୀୟ ଥର ପାଇଁ ମହାକାଶକୁ ଭରିଲେ ଉଡ଼ାଣ

    ଆଗକୁ ପଢନ୍ତୁ

    ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ରଚିଲେ ଇତିହାସ । ତୃତୀୟ ଥର ପାଇଁ ଅନ୍ତରୀକ୍ଷକୁ ଉଡ଼ାଣ ଭରିଲେ ସୁନୀତା ୱିଲିୟମ୍ସ । ଫ୍ଲୋରିଡାର କାନଭେରାଲ ସ୍ପେସ ଫୋର୍ସ ଷ୍ଟେସନରୁ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମିଶି ଉଡାଣ ଭରିଛନ୍ତି ସୁନୀତା । ଲଞ୍ଚ ଆଲାଏନ୍ସ ଆଟାଲାସ ଭି ରକେଟ ଓ ବୋଇଂ ଷ୍ଟାରଲିନର ମିଳିତ ମହାକାଶ ଅଭିଯାନରେ ଉଭୟ ମହାକାଶ ଅଭିମୁଖେ ଯାତ୍ରା କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁ ପୂର୍ବରୁ ଦୁଇଥର ଏହି ମିଶନ ସ୍ଥଗିତ ରହିଥିବା ବେଳେ ଗୁରୁବାର ଏହି ମିଶନ ସଫଳତାର ସହ ପୂରଣ ହୋଇଛି ।ସୁନୀତା ୱିଲିୟମ୍ସଙ୍କର ମହାକାଶ ଅଭିମୁଖେ ଏହା ତୃତୀୟ ଉଡାଣ । ଏହା ପୂର୍ବରୁ ୫୯ ବର୍ଷୀୟ ସୁନୀତା ୨୦୦୬ ମସିହା ଡିସେମ୍ବର ୯ରେ ‘ଡିସକଭରି’ ମହାକାଶ ଅଭିଯାନରେ ମହାକାଶ ଯାତ୍ରା କରିଥିଲେ । ସେହିପରି ୨୦୧୨ ମସିହାରେ କାଜାଖାସ୍ଥାନରୁ ସୋୟୁଜ୍- ୦୫ ଏମ ରକେଟ ଜରିଆରେ ମହାକାଶ ଅଭିମୁଖେ ଯାଇଥିଲେ ସୁନୀତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.8 ° C
    38.8 °
    38.8 °
    22 %
    2kmh
    73 %
    Wed
    37 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ