Wednesday, October 23, 2024
21.7 C
Odisha

    ବିଧାୟକ ପଦ ଛାଡିବେ ଅଖିଳେଶ ଯାଦବ! ସାଂସଦ ଭାବେ ଜାତୀୟ ରାଜନୀତିରେ ଦେଖାଇବେ ଦବଦବା

    ଆଗକୁ ପଢନ୍ତୁ

    ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ । ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ । କକା ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ନୂଆ ଦାୟିତ୍ୱ ଦେଇପାରନ୍ତି ସମାଜବାଦୀ ପାର୍ଟି ମୁଖିଆ ।

    ଅଖିଳେଶ ଯାଦବ କରହଲ ଆସନରୁ ଏବେ ବିଧାୟକ ଅଛନ୍ତି । ତେବେ ଚଳିତ ନିର୍ବାଚନରେ କନୌଜ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ଅଖିଳେଶଙ୍କୁ ଛାଡିବାକୁ ପଡିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି । ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତୃତୀୟ ବୃହତ୍ତ ଦଳ ଭାବେ ଉଭା ହୋଇଛି । ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ ଆସନରେ ବିଜୟ ହାସଲ କରିଛି । ଅନ୍ୟପଟେ ସାଧାରଣ ନିର୍ବାଚନରେ କ୍ଷମତାସୀନ ବିଜେପିକୁ ବଡ ଝଟକା ଲାଗିଛି । ୨୦୧୯ ତୁଳନାରେ ବିଜେପି ୨୯ଟି କମ ଆସନ ପାଇଛି । ୨୦୧୯ରେ ବିଜେପି ୬୨ଟି ଆସନ ପାଇଥିବା ବେଳେ ୨୦୨୪ରେ ବିଜେପିକୁ ମାତ୍ର ୩୩ଟି ଆସନ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ