Wednesday, March 4, 2026
19.6 C
Odisha

    ବାବା ରାମଦେବଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

    ଆଗକୁ ପଢନ୍ତୁ

    ବାବା ରାମଦେବଙ୍କ ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ଅଦାଲତ ବାବା ରାମଦେବଙ୍କ ସହିତ ପତଞ୍ଜଳିର ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ନୋଟିସ୍ ଜାରି କରିବା ସହିତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପତଞ୍ଜଳି ଆୟୁର୍ବେଦର ଏକ ଭ୍ରମାତ୍ମକ ବିଜ୍ଞାପନ ମାମଲାରେ କୋର୍ଟ ବାବା ରାମଦେବଙ୍କୁ ଏଭଳି ନୋଟିସ୍ ଜାରି କରିଛି ଆଉ ଦୁଇ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ।ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କମ୍ପାନୀ ଏବଂ ଏମଡି ବାଲକ୍ରିଷ୍ଣନଙ୍କ ଉପରେ ଖପ୍ପା ହେଇଥିଲେ । କୋର୍ଟ ପ୍ରଥମେ ଜାରି କରିଥିବା ନୋଟିସର ଜବାବ କାହିଁକି ଦାଖଲ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଥିସହ ପୁଣିଥରେ ନୋଟିସ୍ ଜାରି କରିବା ସହ କୋର୍ଟଙ୍କ ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସର୍ବୋଚ୍ଚ ଅଦାଲତ ଆଇଏମଏର ଏକ ଆବେଦନ ଉପରେ ଶୁଣାଣି କରିଥିଲେ । ଯେଉଁଥିରେ ବାବା ରାମଦେବଙ୍କ ଉପରେ ଟିକାକରଣ ଅଭିଯାନ ଏବଂ ଆଧୁନିକ ମେଡିସିନ୍ ବିରୋଧରେ ଅଭିଯାନ ଚଳାଇବାର ଅଭିଯୋଗ ହେଇଥିଲା । କୋର୍ଟ ପ୍ରଥମେ ଏହି ମାମଲାରେ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଥିଲେ । ହେଲେ ପ୍ରଥମେ ଏହାର ଉତ୍ତର ନମିଳିବାରୁ କୋର୍ଟ ପୁଣିଥରେ ନୋଟିସ୍ ଜାରି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    29 %
    1.2kmh
    0 %
    Wed
    35 °
    Thu
    37 °
    Fri
    37 °
    Sat
    38 °
    Sun
    36 °

    ସମ୍ବନ୍ଧିତ