Friday, July 25, 2025
24.2 C
Odisha

    ଭାରତର ଅର୍ଥନୀତି ଉପରେ ଶ୍ୱେତପତ୍ର ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

    ଆଗକୁ ପଢନ୍ତୁ

    ନିର୍ବାଚନ ବର୍ଷରେ ଆଜି ମୋଦି ସରକାର ସଂସଦରେ ଭାରତର ଅର୍ଥନୀତି ଉପରେ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଶ୍ୱେତପତ୍ର ଉପସ୍ଥାପନ କରି ଭାରତୀୟ ଅର୍ଥନୀତିକୁ ୟୁପିଏ ବରବାଦ କରିଦେଇଥିବା କହିଛନ୍ତି।

    ଶ୍ୱେତପତ୍ରରେ ମୋଦି ସରକାର ୨୦୧୪ ପୂର୍ବରୁ ଓ ପରେ ଭାରତ ଏବଂ ଏହାର ଅର୍ଥନୀତିକ ଅଭିବୃଦ୍ଧି ମଧ୍ୟରେ ସୃଷ୍ଟି ହୋଇଥିବା ପାର୍ଥକ୍ୟ ବିଷୟରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ମୋଦି ସରକାର ଶ୍ୱେତପତ୍ରରେ ଦାବି କରିଛନ୍ତି ଯେ ୟୁପିଏ ୧୦ ବର୍ଷ ମଧ୍ୟରେ ଅର୍ଥନୀତିକୁ ସ୍ଥାଣୁ କରି ଦେଇଥିଲା। ଭାରତୀୟ ଅର୍ଥନୀତିର ମୂଳଦୁଆ ସେମାନେ ଦୁର୍ବଳ କରି ଦେଇଥିଲେ। ଆସନ୍ତାକାଲି ଲୋକସଭାରେ ଏହା ଉପରେ ଆଲୋଚନା ହେବ।

    ଶ୍ୱେତପତ୍ର ମାଧ୍ୟମରେ ମୋଦି ସରକାର କହିଛନ୍ତି ଯେ ୨୦୨୪ ପୂର୍ବରୁ ଦେଶରେ ଅନେକ ପ୍ରକାରର ଆର୍ଥିକ ଓ ରାଜସ୍ୱ ଆହ୍ୱାନ ରହିଥିଲା। ୨୦୧୪ ପରେ ମୋଦି ସରକାର କିପରି ସବୁ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଓ ଏହାର ମୁକାବିଲା କଲେ ତା’ର ତଥ୍ୟ ଏଥିରେ ରହିଛି।
    ସରକାର ନିଜର ଶ୍ୱେତପତ୍ରକୁ ତିନି ଭାଗରେ ବିଭକ୍ତ କରିଛନ୍ତି। ପୂରା ରିପୋର୍ଟକୁ ୬୯ଟି ପୃଷ୍ଠା ମଧ୍ୟରେ ରଖାଯାଇଛି। ଏଥିରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ସରକାର ପାଇଁ ୟୁପିଏ ଏବଂ ୨୦୧୪ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏନଡିଏ ସରକାର ପାଇଁ ‘ଆମ ସରକାର’ ଶବ୍ଦ ବ୍ୟବହାର କରାଯାଇଛି।

    ଶ୍ୱେତପତ୍ରରେ କୁହାଯାଇଛି ଯେ ୟୁପିଏ ସରକାର ଦେଶର ଆର୍ଥିକ ଭିତ୍ତିଭୂମିକୁ ଦୁର୍ବଳ କରିଥିଲେ। ୟୁପିଏ ଶାସନ ସମୟରେ ଭାରତୀୟ ଟଙ୍କାରେ ମୂଲ୍ୟ ବହୁତ ହ୍ରାସ ପାଇଥିଲା। ୨୦୧୪ ପୂର୍ବରୁ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ସଙ୍କଟରେ ପଡ଼ିଥିଲା। ବୈଦେଶିକ ମୁଦ୍ରା ଭଣ୍ଡାରରେ ମଧ୍ୟ ଅଭାବ ଦେଖାଦେଇଥିଲା। ତତ୍କାଳୀନ ସରକାର ବଡ଼ଧରଣର ଋଣ କରିଥିଲେ। ୟୁପିଏ ସରକାର ରାଜସ୍ୱର ଅପବ୍ୟବହାର କରିଥିଲେ।

    ଅର୍ଥନୀତିକୁ ଉଦରବାଦ କରିବା ପାଇଁ ଆବଶ୍ୟକ ନୀତିକୁ ଅଣଦେଖା କରାଯାଇଥିଲା। ଅର୍ଥନୀତିକ ମିସମ୍ୟାନେଜମେଣ୍ଟ ଓ ଆର୍ଥିକ ବିଶୃଙ୍ଖଳା ଯୋଗୁ ଦୁର୍ନୀତି ବଢ଼ିଥିଲା। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଶ୍ୱେତ ପତ୍ର ମାଧ୍ୟମରେ ତାଙ୍କ ସରକାରଙ୍କୁ ସମାଲୋଚନା କରାଯାଇଛି।

    ଶ୍ୱେତପତ୍ର ପଢ଼ି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “୨୦୦୪ରେ ଯେତେବେଳେ ୟୁପିଏ ସରକାର ତାଙ୍କ ଶାସନ ଆରମ୍ଭ କଲେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୮% ରହିଥିଲା। ଇଣ୍ଡଷ୍ଟ୍ରୀ ଓ ସେବା କ୍ଷେତ୍ର ୭ % ଲେଖାଏ ଅଭିବୃଦ୍ଧି କରୁଥିଲା। କୃଷି କ୍ଷେତ୍ରର ଅଭିବୃଦ୍ଧି ୯% ଥିଲା। କିନ୍ତୁ ସଂସ୍କାର ବଦଳରେ ୟୁପିଏ ଉଚ୍ଚ ଅଭିବୃଦ୍ଧିର ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ।

    ଏନଡିଏ ସରକାର ଆଣିଥିବା ଆର୍ଥିକ ସଂସ୍କାରକୁ ଆଗକୁ ନେଇ ନଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ମୁଦ୍ରାସ୍ପୀତର ବାର୍ଷିକ ହାର ୮.୨% ରହିଥିଲା। ୟୁପିଏ ସରକାର ଉଚ୍ଚ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ।”

    ସାଂଘାତିକ ବୀତ୍ତିୟ ନିଅଣ୍ଟ ସୃଷ୍ଟି କରୁଥିବା ନୀତି ଆପଣାଇବା ସହ ୟୁପିଏ ସରକାର ବିପୁଳ ପରିମାଣ ଅର୍ଥ ବାହାରୁ ଋଣ ଆଣିଥିଲେ। କିନ୍ତୁ ଏହି ପାଣ୍ଠିର ଅପବ୍ୟବହାର କରାଯାଇଥିଲା। ଭିତ୍ତିଭୂମିକୁ ଅଣଦେଖା କରାଯାଇଇଥିଲା।
    ବିକାଶମୂଳକ କାର୍ଯ୍ୟକ୍ରମକୁ ଠିକ ଭାବେ ପରିଚାଳନା କରାଯାଇ ନଥିଲା। ଏପରି କି ସମାଜିକ କ୍ଷେତ୍ର ସ୍କିମ ଯାହା ୟୁପିଏ ଆଣିଥିଲା ତା’ର ପାଣ୍ଠି ଖର୍ଚ୍ଚ ହୋଇପାରି ନଥିଲା ବୋଲି ମୋଦି ସରକାର କହିଛନ୍ତି।

    ଶ୍ୱେତପତ୍ରରେ ଆହୁରି କୁହାଯାଇଛି ଯେ ୟୁପିଏ ସରକାରଙ୍କ ଅମଳରେ ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ନୀତି ଯୋଗୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରି ନଥିଲା। ସବୁବେଳେ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ନିଷ୍ପତ୍ତିରେ ବୁଝାମଣା କରାଯାଉଥିଲା। ସରକାର ତୋପ, ବିମାନ ବିଧ୍ୱଂସକାରୀ ବନ୍ଧୁକ, ଯୁଦ୍ଧ ବିମାନ, ବୁଡ଼ାଜାହାଜ ଆଦି ଉପକରଣରର ନବୀକରଣରେ ବିଳମ୍ବ ହୋଇଥିଲା।

    ଶ୍ୱେତପତ୍ରରେ ସରକାର କୋଇଲା ଦୁର୍ନୀତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସରକାର କହିଛନ୍ତି, ୨୦୧୪ରେ କୋଇଲା ଦୁର୍ନୀତି ଦେଶକୁ ସ୍ତବ୍ଧ କରି ଦେଇଥିଲା। ୨୦୧୪ ପୂର୍ବର ବେଆଇନ ଭାବେ କୋଇଲା ବ୍ଲକଗୁଡ଼ିକର ଆବଣ୍ଟନ କରାଯାଉଥିଲା।

    ଶ୍ୱେତପତ୍ରର ମୁଖ୍ୟାଂଶ

    ୧- ଯେତେବେଳେ ଏନଡିଏ ସରକାର ୨୦୧୪ରେ ରେ କ୍ଷମତା ଦଖଲ କଲେ ସେତେବେଳେ ଦେଶର ଅର୍ଥନୀତି କେବଳ ଖରାପ ସ୍ଥିତିରେ ନଥିଲା ବରଂ ସଙ୍କଟରେ ପଡ଼ିଥିଲା। ୧୦ ବର୍ଷ ମଧ୍ୟରେ ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହ ଏହାର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି। ଅର୍ଥନୀତିକୁ ସୁଦୃଢ଼ ସ୍ଥିତିକୁ ଫେରାଇ ଆଣିବା ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।

    ୨- ୨୦୧୪ରେ ଭାରତ ଦୁନିଆର ୫ମ ଦୁର୍ବଳ ଅର୍ଥନୀତି ଭାବେ ପରିଗଣିତ ଦେଶ ମଧ୍ୟରେ ରହିଥିଲା। ବର୍ତ୍ତମାନ ଭାରତର ଅର୍ଥନୀତି ଶ୍ରେଷ୍ଠ ୫ ଦେଶ ମଧ୍ୟରେ ରହିଛି। ଭାରତର ଅର୍ଥବ୍ୟବସ୍ଥା ପ୍ରତିବର୍ଷ ବିଶ୍ୱ ଅର୍ଥନୀତିରେ ତୃତୀୟ ସର୍ବାଧିକ ଅବଦାନ ଦେଉଛି।

    ୩- ୨୦୧୪ ପୂର୍ବରୁ ଓ ଏହାର କିଛି ସମୟ ପାଇଁ ଭାରତର ଆର୍ଥିକ ସମ୍ଭାବନା ଓ ଗତି ଉପରକୁ ବିଶ୍ୱର ଭରସା ଭାଙ୍ଗି ଯାଇଥିଲା। କିନ୍ତୁ ଏବେ ଭାରତର ଅର୍ଥନୀତିରେ ସ୍ଥିରତା ଆସିଛି। ଆର୍ଥିକ ବିକାଶରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।

    ୪- ୨୦୧୪ ପୂର୍ବରୁ ଆମ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ଜଡ଼ିତ ୧୨ ଦିନର ଦୁର୍ନୀତି ରହିଥିଲା। ବର୍ତ୍ତମାନ ୨୦୨୩ରେ ଆମେ ସଫଳତାର ସହ ବର୍ଷେ ଧରି ଜି-୨୦ ଶୀଖର ସମ୍ମିଳନୀର ଅଧ୍ୟକ୍ଷତା କରିଛୁ।

    ୫- ମୋଦି ସରକାରକୁ ୧୦ ବର୍ଷରେ ମିଳିଥିବା ଅଗ୍ରଗତି ୟୁପିଏ ସରକାରର ୧୦ ବର୍ଷ ମଧ୍ୟରେ ଦେଖାଦେଇଥିବା ଅସ୍ଥିରତା ଦୂର କରିଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    93 %
    3.4kmh
    100 %
    Fri
    24 °
    Sat
    27 °
    Sun
    30 °
    Mon
    29 °
    Tue
    25 °

    ସମ୍ବନ୍ଧିତ