Monday, October 12, 2026
23.8 C
Odisha

    ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପାଇଁ ପ୍ରକାଶ ପାଇଲା ତାଲିକା, ଓଡ଼ିଶାରୁ ଦୁଇ ଶିକ୍ଷକ ସାମିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପାଇଁ ପ୍ରକାଶ ପାଇଛି ତାଲିକା । ଏହି ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ସାମିଲ କରାଯାଇଛି । ଶିକ୍ଷକ ଦ୍ବୟ ହେଲେ ମାଲକାନଗିରିର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାଶ । କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ । ସେହିପରି ତରୁଣ ଅଛନ୍ତି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ । ଆସନ୍ତା ଗୁରୁଦିବସରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉଭୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ।

    ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ୫ ସେପ୍ଟେମ୍ବର ୨୦୨୫ରେ ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ପାଇଁ ତାଙ୍କୁ ୫୦୦୦୦ ଅର୍ଥ ରାଶି ଓ ମାନ ପତ୍ର ଦେବେ ରାଷ୍ଟ୍ରପତି । ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ ଶିକ୍ଷକ ଅଛନ୍ତି ତରୁଣ । ଆଗାମୀ ସେପ୍ଟେମ୍ବର ୫ ତାରିଖରେ ମହାମହିମ ରାଷ୍ଟ୍ରପତି ମୋଟ ୪୮ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ