Tuesday, March 24, 2026
29.2 C
Odisha

    ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ: ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି। ନିଜେ ନବୀନ ବାବୁ ଓ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ।  ଶିକ୍ଷା, ନିଯୁକ୍ତି ଓ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ଏହି ବର୍ଗଙ୍କୁ ବିଜେଡି ବଞ୍ଚିତ କରିଛି। ବିଜେଡି ଦଳରେ ପଛୁଆବର୍ଗ ପାଇଁ କୌଣସି ସେଲ୍ ନ ଥିବା ଏହି ବର୍ଗ ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ ପାଇଁ ଜଣକ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ସେଥିରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡିର ନେତାମାନେ ବୟାନବାଜି ଆରମ୍ଭ କରିଦେଇଛନ୍ତି। ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ।

    ଶ୍ରୀ ବିଶ୍ବାଳ କହିଛନ୍ତି, ଅନ୍ୟ ସମସ୍ତ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ମିଳୁଥିଲା। ମାତ୍ର ପୂର୍ବର ବିଜେଡି ସରକାର ସଂରକ୍ଷଣ ନ ଦେବା ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ବିଜେଡି ଶାସନ ଥିବା ସମୟରେ ଯେଉଁ ପ୍ରଶ୍ନ ବିଜେପି ପକ୍ଷରୁ ପଚରାଯାଇଥିଲା ଆଜି ସେମାନେ ଓଲଟା ସେହି ପ୍ରଶ୍ନ ପଚାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମଣ୍ଡଳରେ ୨୭ ଜଣ ଓବିସିଙ୍କୁ ସ୍ଥାନ ଦେଇଛନ୍ତି। ଦେଶରେ ପ୍ରଥମ ଓବିସି କମିସନକୁ ମୋଦୀଜୀ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି। ଓବିସିମାନଙ୍କ ପାଇଁ ଡାକ୍ତରୀ ପାଠପଢ଼ା, ଇଞ୍ଜିନିୟରିଂ, ସୈନିକ ସ୍କୁଲ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସବୁଠି ୨୭% ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି। ଓଡ଼ିଶାରେ ବିଜେପି ଯେଉଁ ସଂକଳ୍ପପତ୍ର ଘୋଷଣା କରିଥିଲା ତାହାକୁ ଗୋଟିକ ପରେ ଗୋଟିଏ ପୂରଣ କରାଯାଉଛି। ନିର୍ବାଚନରେ ହାରିଯିବା ପରେ ବିଜେଡି ଏବେ ପଛୁଆବର୍ଗଙ୍କ କଥା ଉଠାଇବା ଲଜ୍ଜାଜନକ। ରାଜ୍ୟର ବିଜେପି ସରକାର ଓବିସି ଓ ଏସ୍‌ଇବିସିମାନଙ୍କୁ ଉଭୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ